ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁଷରୁ ଆଉ ମିଳିବନି ରିଆତି ତେଲ, ଟଙ୍କା ମୂଲ୍ୟ ଦୁର୍ବଳତା ହେତୁ ଆମଦାନୀ ହେବ ମହଙ୍ଗା

ନୂଆଦିଲ୍ଲୀ: ଆଗାମୀ ଦିନରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇପାରେ। ଏହାର ମୁଖ୍ୟ କାରଣ ହେଉଛି ରୁଷ ଭାରତକୁ ଆଉ ଶସ୍ତା ମୂଲ୍ୟରେ ଅଶୋଧିତ ତେଲ ଦେବାକୁ ମନା କରିଦେଇଛି। ରୁଷୀୟ କମ୍ପାନୀ ରୋସନେଫ୍ଟ ପାଖରେ ଏବେ ଅତିରିକ୍ତ ତେଲ ନାହିଁ। କମ୍ପାନୀ ବର୍ତ୍ତମାନ ଅନ୍ୟ ଗ୍ରାହକଙ୍କୁ ତେଲ ଯୋଗାଉଛି, ଯାହା ଦ୍ବାରା ରୋସନେଫ୍ଟ ପାଖରେ ଭାରତୀୟ କମ୍ପାନୀମାନଙ୍କୁ ବିକ୍ରି କରିବାକୁ ଅତିରିକ୍ତ ତେଲ ନାହିଁ। ଭାରତର ଦୁଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ ନିଗମ ଲିମିଟେଡ୍‌ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (ଏଚ୍‌ପିସିଏଲ) ତୈଳ କ୍ରୟ ସମ୍ପର୍କରେ ରୋସନେଫ୍ଟ ସହିତ କିଛି ଦିନ ଧରି ଆଲୋଚନା କରିଥିଲେ, ଯାହା ବିଫଳ ହୋଇଥÒବା ଜଣାଯାଇଛି। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବିଗତ ୧୩ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଅପରପକ୍ଷେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଡଲାରର ବିନିମୟ ମୂଲ୍ୟ ତୀବ୍ର ହ୍ରାସ ଘଟିବାରେ ଲାଗିଛି। ଏଥିଯୋଗୁ ଆମଦାନୀ ମହଙ୍ଗା ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଯଦି ରୁଷ ଭାରତକୁ ଶସ୍ତା ତେଲ ନ ଯୋଗାଏ ତେବେ ଆଗାମୀ ଦିନରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଆହୁରି ମହଙ୍ଗା ହେବ। ଆହୁରିମଧ୍ୟରେ ଏଭଳି ସମୟରେ ଭାରତୀୟ ବିଶୋଧନକାରୀ କମ୍ପାନୀଙ୍କୁ ବର୍ତ୍ତମାନ ଅଶୋଧିତ ତେଲ ପାଇଁ ସ୍ପଟ୍ ମାର୍କେଟ୍‌ରୁ ଖରିଦାରି କରିବାକୁ ପଡିବ, ଯେଉଁଠାରେ ତେଲ ଦର ଢ଼େର ଅଧିକ ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଗୁରୁବାର ବ୍ରେଣ୍ଟ କ୍ରଡ୍‌ ବ୍ୟାରେଲ ପିଛା ପାଖାପାଖି ୧୨୪ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ତେଲ କମ୍ପାନୀଗୁଡିକ ବହୁ କ୍ଷତିର ସମ୍ମୁଖୀନ ହେବେ। ଏହି କ୍ଷତିକୁ ଭରଣା କରିବା ଲାଗି ସରକାର ଏହି ଭାରକୁ ଲୋକଙ୍କ ଉପରେ ଭାର ବହନ ଲଦିଦେଇପାରନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିରେ ଏହି ଭାର ପ୍ରତିଫଳିତ ହେବ। ଏଭଳି ପରିସ୍ଥିତିରେ ଯଦି ରୁଷରୁ ଭାରତ ଶସ୍ତା ଅଶୋଧିତ ତେଲ ପାଇବନାହିଁ, ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନିଶ୍ଚିତ ଭାବେ ବୃଦ୍ଧି ହେବ। ଦେଶର କମ୍ପାନୀଙ୍କ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ହେଉଛି ଏକମାତ୍ର କମ୍ପାନୀ ଯେ କି ଶସ୍ତା ଅଶୋଧିତ ତେଲ ପାଇଁ ରୁଷୀୟ କମ୍ପାନୀ ସହିତ ୬ ମାସର ଚୁକ୍ତି କରିବାରେ ସକ୍ଷମ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଇଣ୍ଡିଆନ୍ ଅଏଲ୍ ରୁଷର ତୈଳ କମ୍ପାନୀଠାରୁ ପ୍ରତିମାସରେ ୬ ମିଲିୟନ୍ ବ୍ୟାରେଲ୍ ତେଲ କ୍ରୟ କରିପାରିବ। ଏହାସହିତ ୩୦ ଲକ୍ଷ ବ୍ୟାରେଲ ଅଧିକ ତେଲ କିଣିବାର ଏକ ବିକଳ୍ପ ମଧ୍ୟ ଏଥିରେ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ରୁଷରୁ ଉରାଲ ଗ୍ରେଡ୍ ତେଲ କିଣୁଛି, କିନ୍ତୁ ଆଇଓସି ଏହାର ଚୁକ୍ତିରେ ସୋକୋଲ୍ ଗ୍ରେଡ୍ ଏବଂ ଇଏସ୍‌ପିଓ ମିଶ୍ରଣକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ରୋଜନେଫ୍ଟ ନିକଟରେ ଭାରତୀୟ କମ୍ପାନୀମାନଙ୍କୁ ବିକ୍ରି କରିବାକୁ ଅତିରିକ୍ତ ତେଲ ନ ଥିଲେ ସୁଦ୍ଧା ଏଚ୍‌ପିସିଏଲ୍‌ ଏବଂ ବିପିସିଏଲ୍‌ ଜୁଲାଇରେ ପ୍ରାୟ ୧୦ ଲକ୍ଷରୁ ୨୦ ଲକ୍ଷ ବ୍ୟାରେଲ ରୁଷୀୟ ତେଲ ପାଇପାରନ୍ତି। ଭାରତ ସହିତ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବା

ମଧ୍ୟ ସୂଚାଇ ଦେଉଛି ଯେ, ପାଶ୍ଚାତ୍ୟ ପ୍ରତିବନ୍ଧକ ଉପରେ ଚାପ ବଢ଼ିବା ସତ୍ତ୍ବେ ରୁଷ ଏହାର ତୈ ଳ ରପ୍ତାନି ଜାରି ରଖିଛି। ସୂତ୍ରରୁ ପ୍ରକାଶ ଯେ ରୋଜନେଫ୍ଟ ଏଭରେଷ୍ଟ ଏନର୍ଜି, କୋରାଲ ଏନର୍ଜି, ବେଲାଟ୍ରିକ୍ସ ଏବଂ ସନ୍‌ରାଇଜ୍‌ ଭଳି ବାଣିଜ୍ୟିକ ସଂସ୍ଥା ମାଧ୍ୟମରେ ଅଶୋଧିତ ତେଲ ବଜାରକୁ ଆଣିଛି।

Leave A Reply

Your email address will not be published.