ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହ୍ୱାଟସ୍‌ଆପ୍‌ର ନୂଆ ଫିଚର୍‌ : ଷ୍ଟାଟସ୍‌ ଅପ୍‌ଡେଟ୍ ଟ୍ରେ

ହ୍ୱାଟସ୍‌ଆପ୍‌ ଇଣ୍ଟରଫେସ୍‌ରେ ପୁଣି ଥରେ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନରେ କମ୍ପାନି ଅପଡେଟ୍ ଟ୍ୟାବ୍‌ରେ ନୂଆ ଷ୍ଟାଟସ୍ ଅପଡେଟ୍‌ ଟ୍ରେକୁ ଯୋଡ଼ିଛି। ଏହି ଫିଚର୍‌ ୟୁଜର୍ସ ବା ବ୍ୟବହାରକାରୀଙ୍କୁ ପୂର୍ବରୁ ସେୟାର କରାଯାଇଥିବା ଷ୍ଟାଟସ୍ ଅପ୍‌ଡେଟ୍‌କୁ ପୁନଃ ଦେଖିବାର ଅନୁମତି ପ୍ରଦାନ କରିବ। କମ୍ପାନି ପ୍ରାଥମିକ ପର୍ଯ୍ୟାୟରେ ଏହା ଉପରେ କାମ ଆରମ୍ଭ କରିସାରିଛି। ନିକଟ ଭବିଷ୍ୟତରେ ସମସ୍ତ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଏହାକୁ କମ୍ପାନି ତରଫରୁ ଜାରି କରାଯିବ।

କେମିତି ରହିବ ନୂଆ ଫିଚର୍‌

ଏହି ଇଣ୍ଟରଫେସ୍ ଷ୍ଟାଟସ୍ ଅପ୍‌ଡେଟ୍‌ ଟ୍ରେ, ଅପ୍‌ଡେଟ୍‌ ଟ୍ୟାବ୍‌ରେ ବର୍ତ୍ତମାନ ଭଳି ଉପରେ ହିଁ ରହିବ। ମାତ୍ର ଏହା ଫେସବୁକ୍‌ରେ ମିଳୁଥିବା ଷ୍ଟାଟସ୍ ଅପଡେଟ୍ ଟ୍ରେ ଭଳି ଦେଖାଯିବ। ବ୍ୟବହାରକାରୀ ଏହାରି ମାଧ୍ୟମରେ ଇଣ୍ଟରଫେସ୍ ସହିତ ଅଧିକ ଭଲଭାବରେ କୈଣସି କଣ୍ଟେଣ୍ଟ ବା ବିଷୟ ସହ ଷ୍ଟାଟସ୍‌କୁ ଦେଖିପାରିବେ। ତା’ସହ ଥମ୍ବ ନେଲ୍‌ କାରଣରୁ ସବୁ ଷ୍ଟାଟସ୍‌କୁ ଟ୍ୟାପ୍‌ କରି ଖୋଲିବାକୁ ମଧ୍ୟ ପଡ଼ିବନି। କମ୍ପାନି ୟୁଜର୍ସଙ୍କ ଅନୁଭବକୁ ଆହୁରି ସୁବିଧାଜନକ କରିବା ପାଇଁ ଥମ୍ବ ଫିଚର୍‌ ଉପରେ ମଧ୍ୟ କାମ ଜାରି ରଖିଛି।

ହ୍ୱାଟସ୍‌ଆପ୍‌ ନିଜର ୱେବ୍ ୟୁଜର୍ସଙ୍କ ପାଇଁ ୟୁଜର୍‌ନେମ୍ ଫିଚର୍‌ ମଧ୍ୟ ନେଇକି ଆସିବ। ଏହାକୁ ରୋଲ ଆଉଟ୍‌ କରିବା ପରେ ଅଧିକ କଣ୍ଟେଣ୍ଟ ରଖୁଥିବା ବ୍ୟବହାରକାରୀଙ୍କୁ ହ୍ୱାଟସ୍‌ଆପ୍‌ରେ କିଛି କଣ୍ଟେଣ୍ଟକୁ ଆଉ ସର୍ଚ୍ଚ କରିବାକୁ ପଡିବ ନାହିଁ। ଏହା ଏକ୍ସ (ଟ୍ୱିଟର), ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଭଳି ପ୍ଲାଟ୍‌ଫର୍ମରେ ଥିବା ୟୁଜର୍‌ନେମ୍‌ ଫିଚର୍‌ ସଦୃଶ କାର୍ଯ୍ୟ କରିବ।

Leave A Reply

Your email address will not be published.