ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ପଡୋଶୀଙ୍କ ଚେରମୂଳି ପରାମର୍ଶ କାମ ନ କରିବାରୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଇନଫୋସିଟି ଅନ୍ତର୍ଗତ ଜାଲିମୁଣ୍ଡା ସାହିରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଚେରମୂଳି ପରାମର୍ଶ କାମ ନ କରିବାରୁ ପଡୋଶୀଙ୍କୁ ଘରେ ପଶି ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ। ଅଭିଯୁକ୍ତର ନାଁ ଲିଙ୍ଗରାଜ ମହାରଣ ବୋଲି ଜଣାପଡ଼ିଛି। ଏ ନେଇ ଥାନାରା ଲିଖିତ ଅଭିଯୋଗ କରିଛନ୍ତି ପଡୋଶୀ ସୁଶାନ୍ତ ଦିଗଲ।

Article Bottom (Mobile Only)

ଖବର ଅନୁଯାୟୀ, ଗତ କିଛିଦିନ ପୂର୍ବେ ଲିଙ୍ଗରାଜର ଦେହ ଅସୁସ୍ଥ ହୋଇଥିଲା। ଅଭିଯୋଗକାରୀ ଅର୍ଥାତ ପଡୋଶୀ ସୁଶାନ୍ତଙ୍କ ପରାମର୍ଶ କ୍ରମେ ଲିଙ୍ଗରାଜଙ୍କ ପତ୍ନୀ ଲିଙ୍ଗରାଜଙ୍କୁ ଚେରମୂଳୀ ଔଷଧ ଆଣି ଖାଇବାକୁ ଦେଇଥିଲେ । ଯାହାଫଳରେ ଲିଙ୍ଗରାଜର ଦେହ ଅଧିକ ଖରାପ ହୋଇଥିଲା। ପରେ ସେ ହସ୍ପିଟାଲ ଯାଇ ସୁସ୍ଥ ହୋଇ ଫେରିଥିଲେ। ଘଟଣା ଦିନ ରାତିରେ ସେ ଏହି ରାଗରେ ପଡୋଶୀ ସୁଶାନ୍ତଙ୍କ ଘରେ ପଶି ହଠାତ ତାଙ୍କୁ ଏକ କାଠ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା। ଯାହାଫଳରେ ସୁଶାନ୍ତ ଗୁରୁତର ହୋଇପଡିଥିଲେ। ପରେ ତାଙ୍କୁ କିମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୋଗକାରୀ ସୁଶାନ୍ତଙ୍କ ଅଭିଯୋଗକୁ ଭିତ୍ତିକରି ଇନଫୋସିଟି ଥାନା ପୁଲିସ ତଦନ୍ତ କରିବା ସହିତ ଶିଖରଚଣ୍ଡୀ ବସଷ୍ଟାଣ୍ଡ ଅଞ୍ଚଳରେ ଚଢଉ କରି ଅଭିଯୁକ୍ତ ଲିଙ୍ଗରାଜକୁ କାବୁ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିବା ଜଣାପଡ଼ିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଥିବା ବେଳେ  ଅଭିଯୁକ୍ତ ଲିଙ୍ଗରାଜକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Leave A Reply

Your email address will not be published.