ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋର୍ଦ୍ଧାରୁ ଅପରାଜିତାଙ୍କୁ ଟାର୍ଗେଟ କଲେ ନବୀନ, କହିଲେ- ପୁରୀ ପରିକ୍ରମା ଓ ଲିଙ୍ଗରାଜଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଖୋର୍ଦ୍ଧାର ହେବାଳି ପଡ଼ିଆରେ ଏକ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ । ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ଲକ୍ଷ୍ମୀ ବସ୍ ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ । ଏକ ସ୍ୱରରେ ଜନତା ଏହାର ଉତ୍ତର ‘ହଁ’ରେ ଦେଇଥିଲେ।

ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିକାଶ ପ୍ରସଙ୍ଗରେ ବିରୋଧୀ ଦଳ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେବଳ ଏତିକି ନୁହେଁ ଖୋର୍ଦ୍ଧା ସଭାରୁ ଅପରାଜିତାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ନବୀନ । ପୁରୀ ପରିକ୍ରମା ପ୍ରକଳ୍ପ ଓ ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ଭୁବନେଶ୍ୱର ସାଂସଦ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ନବୀନ । ତେଣୁ ଏଥର ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଛନ୍ତି ନବୀନ ।

Leave A Reply

Your email address will not be published.