ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ନୂଆଦିଲ୍ଲୀ: ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଆଖି ବୁଜିଛନ୍ତି। ସେ ୧୭ ମଇ ୧୯୫୧ରେ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ। ପଙ୍କଜଙ୍କ ପରଲୋକ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ। ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ଗଜଲ ‘ଚିଠି ଆଇ ହୈ’ରୁ ସେ ପ୍ରସିଦ୍ଧି ପାଇଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ଏହି ଗଜଲକୁ ସାମିଲ କରାଯାଇଥିଲା। ପଙ୍କଜ ‘ୟେ ଦିଲ୍ଲାଗି’, ‘ଫିର୍ ତେରି କାହାନି ୟାଦ୍ ଆୟେ’, ‘ଚାଲେ ତୋ କାଟ୍ ହି ଜାଏଗି’ ଏବଂ ‘ତେରେ ବିନ୍’ ଭଳି ଅନେକ ଗଜଲରେ କଣ୍ଠଦାନ କରିଥିଲେ। ମୋହରା ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ନା ଗଜରେ କି ଧାରଟ୍ଟ’ ତାଙ୍କ କଣ୍ଠର ଯାଦୁର ଆଉ ଏକ ଉଦହାରଣ ।

Leave A Reply

Your email address will not be published.