ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ (୧) କୋର୍ଟରେ ମଙ୍ଗଳବାର ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ଅଭିଯୁକ୍ତ ଜଣକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ଆଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫୨୦୦୦ ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଜଣକ ହେଲେ ବୈଶିଙ୍ଗା ଥାନା ନୂଆଗାଁ ଗ୍ରାମର ଶ୍ୟାମ ସୁନ୍ଦର ବାରିକ(୬୨)।

ସୂଚନାଯୋଗ୍ୟ, ନୂଆଗାଁ ଗ୍ରାମ ନିବାସୀ ଆସାମୀ ଶ୍ୟାମସୁନ୍ଦର ଏବଂ ମୃତକ ରାଧାକୃଷ ବାରିକଙ୍କ ମଧ୍ୟରେ କୋଣସି କାରଣ ପାଇଁ ପୂର୍ବ ଶତ୍ରୁତା ରହିଥିଲା। ଯାହାକୁ ନେଇ ସନ୍ଧ୍ୟା ସମୟରେ ଗ୍ରାମର ଏକ ପାନ ଦୋକାନ ସମ୍ମୁଖରେ ଉଭୟଙ୍କ ଝଗଡା ହୋଇଥିଲା। ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ପରେ ଶ୍ୟାମ ସୁନ୍ଦର ସେଠାରୁ ପଳାଇ ଯାଇଥିଲା।

ତେବେ ଏହାକୁ କେନ୍ଦ୍ର କରି ଶ୍ୟାମ ସୁନ୍ଦର ପ୍ରତିଶୋଧ ପରାୟଣ ହୋଇ ପରେ ଆକ୍ରମଣ କରିବା ନିମନ୍ତେ ଗ୍ରାମ ରାସ୍ତାର ଏକ ସ୍ଥାନରେ ଛପି ରହିଥିଲା। ଉକ୍ତ ରାସ୍ତା ଦେଇ ରାଧାକୃଷ୍ଣ ବାରିକ ଓ ବସନ୍ତ ବାରିକ ଯାଉଥିବା ବେଳେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲା। ଯେଉଁଥିରେ ଉଭୟ ଗୁରୁତର ଆହାତ ହୋଇଥିଲେ । ରାଧାକୃଷ୍ଣ ବାରିକଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯାଇଥିବା ବେଳେ ମୃତ୍ୟ ହୋଇଥିଲା। ତେବେ ଏହାକୁ ନେଇ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେଶ ନମ୍ବର ୧୨/୨୦୨୦ରେ ଏକ ମାମଲା ରୁଜୁ କରି ଶ୍ୟାମସୁନ୍ଦରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୧ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍ ଉପରୋକ୍ତ ଶୁଣାଣି କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

Leave A Reply

Your email address will not be published.