ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ : ସାଢ଼େ ୧୧ଟାରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା (ମାଟ୍ରିକ), ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପ୍ରକାଶ ପାଇଛି। କଟକ ବୋର୍ଡ କାର୍ଯ୍ୟାଳୟ ପରିସରରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ନୀହାର ରଞ୍ଜନ ମହାନ୍ତି ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ପରୀକ୍ଷା ଫଳ ୧୧ଟା ୩୦ରେ ୱେବସାଇଟରେ ଉପଲବ୍ଧ ହେବ।

ସେପଟେ ଚଳିତ ବର୍ଷ ପାସ୍‌ ହାର  ୯୬.୦୭ ପ୍ରତିଶତ ରହିଛି । ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି। ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ, ଏଥି ମଧ୍ୟରୁ ପାସ୍‌ କରିଛନ୍ତି ୫ ଲକ୍ଷ ୩୦ ହଜାର ୧୫୩ ଜଣ ଛାତ୍ରଛାତ୍ରୀ।

 

ଅନ୍ୟପଟେ ଖୋର୍ଦ୍ଧାରେ ୯୭.୯୮% ପାସ ହାର ରହିଥିବା ବେଳେ କଟକରେ ୯୭.୫୮%, ଢେଙ୍କାନାଳରେ ୯୫.୧୨%, ବାଲେଶ୍ୱରରେ ୯୬.୧୦%, ଜଗତସିଂହପୁରରେ ୯୭.୬୦%, ପୁରୀରେ ୯୬.୭୬% ପାସ୍‌ ହାର ରହିଛି।

ସେପଟେ ସାଢ଼େ ୧୧ଟା ସୁଦ୍ଧା ବୋର୍ଡ ୱେବସାଇଟ୍‌ bseodisha.in ରେ ପରୀକ୍ଷା ଫଲ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ଇଂଟରନେଟର ସୁବିଧା ନାହିଁ ସେସବୁ ସ୍ଥାନରେ ଛାତ୍ରଛାତ୍ରୀ ମାନେ ମୋବାଇଲ ମାଧ୍ୟମରେ ମେସେଜ କରି ମଧ୍ୟ ରେଜଲ୍ଟ ଜାଣିପାରିବେ । ଓଆର ୧୦ ସ୍ପେସ୍ ରୋଲ ନଂ ଟାଇପ୍ କରି ୫୬୭୬୭୫୦ ନଂକୁ ମେସେଜ କରି ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଏଥି ସହିତ ଚଳିତ ବର୍ଷ ବୋର୍ଡ ପକ୍ଷରୁ ପ୍ରଥମ କରି ପ୍ରଚଳିତ ଡିଜିଟାଲ ପ୍ରମାଣପତ୍ରକୁ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍‌ (bseodisha.in)ରୁ ଅପରାହ୍ଣ ୪ଟା ପରଠାରୁ ଡାଉନଲୋଡ୍‌ କରିପାରିବେ। ସେହିପରି ଖାତା ରିଚେକିଂ ପାଇଁ ପରୀକ୍ଷାର୍ଥୀମାନେ ଆସନ୍ତା ମେ’ ୨୯ରୁ ଜୁନ୍‌ ୧୨ ମଧ୍ୟରେ ଆବେଦନ କରିପାରିବେ।

ଅଧିକ ପଢନ୍ତୁ

Leave A Reply

Your email address will not be published.