ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଜରାଟ ରାଜକୋଟର ଗେମିଂ ଜୋନରେ ଭୀଷଣ ଅଗ୍ନିକାଣ୍ଡ : ୨୪ ମୃତ, ମୃତକଙ୍କ ମଧ୍ୟରେ ୧୨ରୁ ଅଧିକ ଶିଶୁ

ରାଜକୋଟ :  ଶନିବାର ସନ୍ଧ୍ୟାରେ ଗୁଜୁରାଟର ରାଜକୋଟ ସହରର ଏକ ‘ଗେମ୍ ଜୋନ୍’ରେ ଅଗ୍ନିକାଣ୍ଡରେ ୧୨ରୁ ଅଧିକ ଶିଶୁଙ୍କ ସମେତ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ନିଆଁର ପ୍ରକୋପ ଅତି ଭୟାବହ ରହିଥିବା କାରଣରୁ ଅଗ୍ନିଶମ ବିଭାଗ ନିଆଁ ଲିଭା କାମ ସହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପୂରା ଗେମିଂ ଜୋନ ଜଳି ଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୧୨ରୁ ଅଧିକ ଶିଶୁ ରହିଥିବା କୁହାଯାଉଛି।


ସେପଟେ ଏ ସମ୍ପର୍କରେ ରାଜକୋଟ ପୁଲିସ କମିଶନର ରାଜୁ ଭରଗା କହିଛନ୍ତି ଯେ ଅପରାହ୍ନରେ ଟିଆରପି ଗେମିଂ ଜୋନରେ ନିଆଁ ଲାଗିଯାଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଛି। ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି।

ଏଥିସହିତ ପଢ଼ନ୍ତୁ


ଅନ୍ୟପଟେ ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ’ଏକ୍ସ’ରେ କହିଛନ୍ତି, “ରାଜକୋଟରେ ଥିବା ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।’’

Leave A Reply

Your email address will not be published.