ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର: ସରପଞ୍ଚ, ସମିତି ସଭ୍ୟ ଓ ଠିକାଦାରଙ୍କୁ କଡା ଚେତାବନୀ

ପାଇକମାଳ : ଦିର୍ଘ ଦିନ ନୀରବତା ପରେ ଜାମସେଠ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଆରଡି ବିଭାଗ ଅଧିନରେ ଥିବା ବୁଲାଣି ରାସ୍ତାରେ ଦୁଇଟି ହାତ ଲେଖା ଓଡ଼ିଆ ଓ ହିନ୍ଦୀ ଭାଷାରେ ମାଓ ପୋଷ୍ଟର ଲଗାଯାଇଛି।

ଓଡିଆ ପୋଷ୍ଟର ଉଲ୍ଲେଖ ଅଛି ଯେ ଆସନ୍ତା ଜୁଲାଇ ୨୮ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ ଦିବସ ଧୂମଧାମରେ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ମାଓବାଦୀଙ୍କ ସହିଦଙ୍କୁ ଜୁହାର ଆମର ସହିଦଙ୍କ ଅଧୁରା ସ୍ବପ୍ନକୁ ପୁରା କରନ୍ତୁ।କଁ ରବିବାର କଁ ସହିଦ କଁ ଗୀତା ,କଁ ଅଞ୍ଜଳି,କଁ ନନ୍ଦୁ ଅମର ରହେ । ଆମର ସହିଦଙ୍କ ଆଶାଙ୍କୁ ପୂରଣ କରନ୍ତୁ। ନବ ଜନବାଦୀ କ୍ରାନ୍ତି ଜିନ୍ଦାବାଦ, ବିଶ୍ବ ସମାଜବାଦ କ୍ରାନ୍ତି ଜିନ୍ଦାବାଦ। ଆମର ସହିଦଙ୍କ ବଦଲା ନେବୁ ଓ ଦୋଷୀଙ୍କୁ ସଜା ଦେବୁ । କମ୍ୟୁନିଷ୍ଟ ପାର୍ଟି ( ମାଓବାଦୀ) ଜିନ୍ଦାବାଦ ବୋଲି ବଲାଙ୍ଗୀର ବରଗଡ ମହାସମୁନ୍ଦ ଡିଭିଜନ କମିଟି ପୋଷ୍ଟରରେ ଉଲ୍ଲେଖ ରହିଛି।

ସେହିପରି ଅନ୍ୟ ପଟେ ଲାଗିଥିବା ହିନ୍ଦୀ ମାଓ ପୋଷ୍ଟରରେ ଦୁର୍ନୀତି କରୁଥିବା ଲୋକଙ୍କୁ କଠା ଚେତାବନୀ ଦେଇଛନ୍ତି। ଦୁର୍ନୀତିକୁ ବନ୍ଦ କର। ସରକାରୀ ଯୋଜନା ପାଇଁ ଲାଞ୍ଚ କାରବାର ବନ୍ଦ କର। ସରକାରୀ ଯୋଜନାରେ ଆରମ୍ଭରୁ ଦୁର୍ନୀତି ହୁଏ ତୁରନ୍ତ ବନ୍ଦ କର । ସରପଞ୍ଚ ଓ ସମିତି ସଭ୍ୟ ନିଜେ ଠିକାଦାର ସାଜି ଜେସିବି ଗାଡି ବ୍ୟବହାର କରୁଛନ୍ତି। ଲୋକଙ୍କ ବଦଳରେ ଜେସିବି ଗାଡ଼ି ବ୍ୟବହାର କରୁଛନ୍ତି ତରନ୍ତ ବନ୍ଦ କର। ତୁମେ ଲୋକଙ୍କ ପ୍ରତିନିଧି ଲୋକଙ୍କ ପାଇଁ କାମ କର । ଠିକା କାମରେ ମୁଣ୍ଡ ପୁରାଅ ନାହିଁ। ଜେସିବି ଗାଡ଼ିରେ ଯଦି କାମ କରୁଛ ତୁରନ୍ତ ବନ୍ଦ କର ନଚେତ୍ ଆମେ ଜାଳି ଦେବୁ ବୋଲି ଠିକାଦାରମାନଙ୍କୁ ଚେତାବନୀ ଦେଇଛନ୍ତି। ମନେରଗା ମାଟିକାମରେ ଗାଁ ଲୋକଙ୍କୁ ସାମିଲ କର। ସଠିକ ସମୟରେ ମନେରଗା ମାଟିକାମର ପଇସା ଦିଅ। ଉଭୟ ପୁରୁଷ ଓ ମହିଳାକୁ ଦିନକୁ ୪୦୦ ଟଙ୍କା ଦିଅ। ହପ୍ତାକୁ ଥରେ ମଜୁରିଆର ପଇସା ଦିଅ। କିଛି ରାଜନୀତି ଲୋକ ପୋଲିସ ସହିତ ହାତମିଳାଇ ଗରିବ ଲୋକଙ୍କୁ ଅନ୍ୟ ଅତ୍ୟାଚାର କରୁଛନ୍ତି, ଏଥିପ୍ରତି ନିବୃତ ରହିବାକୁ ତାଗିତ କରିଛନ୍ତି। ଛୋଟ ଛୋଟ ଠିକାକାମ ଗାଁର ପଢାଲିଖାକୁ ପିଲାଙ୍କୁ ଦିଅ। ଯଦି ଏସବୁ ଉପରୋକ୍ତ ସର୍ତ୍ତକୁ ଦୃଷ୍ଟି ନ ଦେଲେ ଆମେ ତୁମମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡିତ କରିବୁ ବୋଲି ମାଓବାଦୀ କଡା ଚେତାବନୀ ଦେଇଛନ୍ତି।

ସେହିପରି ବରତୁଣ୍ଡା ନିକଟରେ ମାଓ ପୋଷ୍ଟରରେ ପାଇକମାଳ ବ୍ଳକ ମିଠାପାଲି, ବରତୁଣ୍ଡା, ଜାମସେଠ, ଛିନ୍ଦେଇକେଲା, ମାଣ୍ଡୋସିଲ , ଝାରବନ୍ଧ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବରମାନଙ୍କୁ କଡା ତାଗିତ କରିଛନ୍ତି। ସମସ୍ତେ ଠିକାଦାର ହେଇକି ସରକାରୀ ଯୋଜନାରେ ଫାଇଦା ଉଠାଉଛନ୍ତି। ପୋଲିସକୁ ପଇସା ଦେଇ ଯିଏ ସାବାଳ ଉଠାଇଛନ୍ତି ସେମାନଙ୍କୁ ଗାଳି କରୁଛନ୍ତି ଓ ପିଟୁଛନ୍ତି। ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛେ ତୁରନ୍ତ ବନ୍ଦ କର । ପୋଲିସ ସେମାନଙ୍କ ଉପରେ କେସ ରୁଜୁ କରୁନାହାନ୍ତି।

ବରତୁଣ୍ଡା ସମିତି ସଭ୍ୟ ରାଇସ ମହମ୍ମଦ ଓ ତାଙ୍କ ସହଯୋଗୀ ସାଫେଦ ମହମ୍ମଦ,ରାଜୁ ମହମ୍ମଦଙ୍କ ଅତ୍ୟାଚାର ଗୁଣ୍ଡାଗର୍ଦୀ ବହୁତ ବଢୁଛି ତୁରନ୍ତ ଗୁଣ୍ଡାଗର୍ଦୀ ଛାଡି ଦିଅ । ଲୋକଙ୍କ ପାଇଁ ଭଲ କାମ କର। ମହିଳାମାନଙ୍କ ଉପରେ ଅତ୍ୟାଚାର କରିଥିବା ତୁରନ୍ତ ଯାଇ ମାଫି ମାଗ ନଚେତ୍ ଆମେ ତମକୁ ପ୍ରଜାକୋର୍ଟରେ ଦଣ୍ଡିତ କରିବୁ ବୋଲି କଡା ଚେତାବନୀ ଦେଇଛନ୍ତି । ଏହି ମାଓ ପୋଷ୍ଟର ଲାଗିଥିବା ଜାଣି ପାଇକମାଳ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପୋଷ୍ଟର ଜବତ କରି ଘଟଣାକୁ ଅଧିକ ତଦନ୍ତ କରୁଛି । ଏହି ଅଞ୍ଚଳରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.