ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଇଁଷି କ୍ଷୀର ନଦେବାରୁ ଗୁଣିଗାରେଡି ସନ୍ଦେହରେ ଥାନାରେ ଅଭିଯୋଗ

ଭୋପାଳ: ମଧ୍ୟପ୍ରଦେଶ ଭିଣ୍ଡ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ରୋଚକ ପୂର୍ଣ୍ଣ ଘଟଣା।  ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହେବାରୁ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିବା ଜଣାପଡ଼ିଛି। ଏହ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ବାବୁଲାଲଙ୍କ ଅନୁଯାୟୀ ମଇଁଷି ଉପରେ କେହି ଗୁଣିଗାରେଡି କରିଥିବା ନେଇ ଗାଁ ଲୋକେ ପ୍ରକାଶ କରିଥିଲେ । ଗାଁ ଲୋକଙ୍କ କଥାରେ ବିଶ୍ୱାସ କରି ସେ ଥାନାରେ ଏତଲା ଦେବା ସହ ଦୀର୍ଘ ୪ ଘଣ୍ଟା ଧରି ପୋଲିସକୁ ଅନୁରୋଧ କରି ଘରକୁ ଫେରିଥିଲେ । ନୟାଗାଓଁ ବାସିନ୍ଦା ବାବୁଲାଲ ଯାତବ ଶନିବାର ଦିନ ଥାନାରେ ଅଭିଯୋଗ କରିଥିବା ନେଇ ସ୍ଥାନୀୟ ଡିଏସ୍‌ପି ଅରବିନ୍ଦ ଶାହ ସୂଚନା ଦେଇଛନ୍ତି।

ଅନ୍ୟପଟେ ନୟାଗାଓଁ ଥାନାଧିକାରୀ ସ୍ଥାନୀୟ ପଶୁ ଚିକିତ୍ସକଙ୍କୁ କହି ବାବୁଲାଲଙ୍କ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ତେବେ ରବିବାର ଦିନ ବାବୁଲାଲଙ୍କ ସହ ମିଶି ତାଙ୍କ ଗାଁ ଲୋକେ ପୁନର୍ବାର ଥାନାରେ ପହଞ୍ଚିଥିଲେ। ହେଲେ ଏଥର ଅଭିଯୋଗ ନୁହେଁ ବରଂ ମଇଁଷି କ୍ଷୀର ଦେବା ଆରମ୍ଭ କରିଛି ବୋଲି ଜଣାଇବାକୁ ପହଞ୍ଚିଥିଲେ ।

Leave A Reply

Your email address will not be published.