ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିସେମ୍ବର ପହିଲାରୁ ୩୧ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ, ଦିନକୁ ୫ଘଣ୍ଟା ରହିବ ଗୃହକାର୍ଯ୍ୟ : ବାଚସ୍ପତି

ଭୁବନେଶ୍ବର : ଡିସେମ୍ବର ପହିଲାରୁ ଅର୍ଥାତ ଦିନକ ପରେ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେସନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତି ଅକ୍ଷତାରେ ଏହି ବୈଠକ ବସିଥିଲା। ଏହି ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଡିସେମ୍ବର ୧ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ ଚାଲିବ। ବିଧାନସଭା ଦିନ ୧୦.୩୦ରୁ ଆରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ।ଏହାପରେ ଅପରାହ୍ନ ୪ ଟାରୁ ୬ ଟା ଯାଏଁ ଚାଲିବ। ଦିନକୁ ୫ ଘଣ୍ଟା ଚାଲିବ ଗୃହ।

ପ୍ରଥମ ଦିନ ବିଧାନସଭା ୧୧ ଟାରେ ଆରମ୍ଭ ହେବ। ୫ଟାରେ ଅତିରିକ୍ତ ବଜେଟ ସ୍ଥାପନା ହେବ। ୯୦ ମିନିଟ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ। ବିରୋଧୀଙ୍କ ପାଇଁ ୫୫ ମିନିଟ୍ ସମୟ ଓ ମନ୍ତ୍ରୀଙ୍କ ରିପ୍ଲାଏ ପାଇଁ ଶାସକ ଦଳ ପାଇଁ ୩୫ ମିନିଟ ସମୟ ରହିବ। କୋଭିଡ ଗାଇଡ ଲାଇନ ଅନୁସାରେ ବିଧାନସଭା ବସିବ। ସପ୍ତାହକ ୬ ଦିନ ମଧ୍ୟରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ପାଇଁ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତବ ଦେଇପାରିବ। ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳ ବେଳେ ହଟ୍ଟାଗୋଳ ନ କରିବାକୁ ବାଚସ୍ପତି ଅନୁରୋଧ କରିଛନ୍ତି। ନମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବାଚସ୍ପତି କହିଛନ୍ତି।

Leave A Reply

Your email address will not be published.