ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଂଲାଦେଶ ବିପକ୍ଷରେ ଇଶାନ୍‌ କିଷାନଙ୍କ ୨୧୦ ରନର ବିସ୍ଫୋରକ ବ୍ୟାଟିଂ

ଚଟ୍ଟୋଗ୍ରାମ: ଆଜି ଭାରତ-ବାଂଲାଦେଶ ମଧ୍ୟରେ ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳଯାଉଛି। ୩ ଟିକିଆ ସିରିଜର ଦୁଇଟି ମ୍ୟାଚରେ ପରାଜିତ ହୋଇ ସିରିଜ ହାରି ସାରିଛି ଭାରତ । ଆଜି ସମ୍ମାନ ବଞ୍ଚାଇବାକୁ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟଟିଂ ଜାରି ରହିଛି। ଏହାରି ମଧ୍ୟରେ ଇଶାନ୍‌ କିଷାନ ଏକ ଧୂଆଁଦାର ଇଂନିସ ଖେଳିଥିଲେ। ସେ ୧୩୧  ବଲରେ ୨୧୦ ରନ କରି ଆଉଟ ହୋଇଥିଲେ। ଯେଉଁଥିରେ ୨୪ ଟି ଚୌକା ଓ ୧୦ ଟି ଛକା ସାମିଲ ରହିଛି। ସେ ମାତ୍ର ୧୩୧ ବଲରେ ଏପରି ଦୁଇ ଶତକ ହାସଲ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେହି ବି ଏତେ କମ ବଲରେ ଦୁଇ ଶତକ ହାସଲ କରି ନ ଥିଲେ। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ମଧ୍ୟ ହୋଇଛନ୍ତି।

ଏଥିସହ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦିନିକିଆ ଫର୍ମାଟରେ ୨୦୦ ରନ କରିଥିବା କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ୨୧୦ ରନ କରି ଇଶାନ୍‌ କିଷାନ ଅନ୍ତରାଷ୍ଟ୍ରୀୟ କ୍ରିକେଟର ସର୍ବାଧିକ ରନ କରିଥିବା ଖେଳାଳିଙ୍କ ମଧ୍ଯରେ ୬ ତମ ସ୍ଥାନରେ ରହିଥିବା ବେଳେ ଡବଲ ଶତକ ହାସଲ କରିବାରେ ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ଅନ୍ତରାଷ୍ଟ୍ରୀୟ କ୍ରିକେଟର ଦିନିକିଆରେ ସର୍ବାଧିକ ରନ କରି ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକଟେର ରୋହିତ ଶର୍ମା, ୨ୟରେ ଅଛନ୍ତି ମାର୍ଟିନ ଗୁପ୍ଟିଲ, ୩ୟ ରେ ବିରେନ୍ଦ୍ର ସେହ୍ବାଗ, ୪ର୍ଥରେ କ୍ରିସ ଗେଲ , ୫ମରେ ଫକର ଜମାନ ରହିଥିବା ବେଳେ ଇଶାନ୍‌ କିଷାନ ୬ ତମ ସ୍ଥାନରେ ରହିଛନ୍ତି।  ସେହିପରି ଭାରତୀୟ କ୍ରିକଟରେ ଇଶାନ୍‌ କିଷାନଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମା ଡବଲ ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.