ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ସମୁଦ୍ରକୁ ଓହ୍ଲାଇଲା ଭାରତର ‘ବାହୁବଳୀ’ INS ମୋର୍ମୁଗାଓ, ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଦେବ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା। ସମୁଦ୍ରକୁ ଓହ୍ଲାଇଲା ଭାରତର ‘ବାହୁବଳୀ’ ଆଇଏନଏସ୍ ମୋର୍ମୁଗାଓ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ମୋର୍ମୁଗାଓ । ଭାରତ ମହାସାଗରରେ ଚୀନ୍ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିଛନ୍ତି।

ଭାରତୀୟ ନୌସେନାର ନିଜସ୍ବ ନିର୍ମାଣକାରୀ ସଂସ୍ଥା ଓ୍ବାରସିପ ଡିଜାଇନ ବ୍ୟୁରୋ ପକ୍ଷରୁ ଏହାର ଡିଜାଇନ କରାଯାଇଥିବାବେଳେ ମୋର୍ମୁଗାଓ ଡକ ସିପ୍ ବିଲଡର୍ସ ଲିମିଟେଡ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଗତବର୍ଷ ୧୯ ଡିସେମ୍ବରରେ ମୋର୍ମୁଗାଓ ନିଜର ପ୍ରଥମ ପରୀକ୍ଷାମୂଳକ ପ୍ରୟୋଗ କରିଥିଲା । ଏହାର ଲମ୍ବ ୧୬୩ ମିଟର ହୋଇଥିବାବେଳେ ଓସାର ୧୭ ମିଟର ।


ଆଜି ଯାଏଁ ଭାରତ ନିର୍ମାଣ କରିଥିବା ନୌଜାହାଜ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ । ଏହାର ଓଜନ ୭ ହଜାର ଟନ ହୋଇଥିବାବେଳେ ଏଥିରେ ଶକ୍ତିଶାଳୀ ଗ୍ୟାସ ଟର୍ବାଇନ ଲାଗିଛି । ଏଥିରେ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା କ୍ଷେପଣାସ୍ତ୍ର, ସେନସର, ଏୟାର ମିସାଇଲ, ମଡର୍ଣ୍ଣ ସର୍ଭେଲାନ୍ସ ରାଡାର ଆଦି ଖଞ୍ଜାଯାଇଛି । ଏହାସହ ରକେଟ୍ ଲଞ୍ଚର, ଟର୍ପେଡୋ ଲଞ୍ଚର, ଏଏସଡବ୍ଲୁ ହେଲିକପ୍ଟର, ସୁପରରାଉଣ୍ଡ ଗନ ମାଉଣ୍ଟ ବ୍ୟବସ୍ଥା ରହିଛି ।

Article Bottom (Mobile Only)


ମୋର୍ମୁଗାଓଙ୍କ ଶକ୍ତିକୁ ଦେଖି ପଡ଼ୋଶୀ ଚୀନ ଓ ପାକିସ୍ତାନ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ସମସ୍ତ ପ୍ରକାର ଆଣବିକ, ଜୈବିକ ଓ ରାସାୟନିକ ଯୁଦ୍ଧ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ ମୋର୍ମୁଗାଓ । ଭାରତ ମହାସାଗରରେ ରହି ଭାରତର ଶତ୍ରୁଙ୍କ ଉପରେ ନଜର ରଖିବ ଏହି ଡେଷ୍ଟ୍ରୟର । ମୁମ୍ବାଇସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଦେଶକୁ ଉତ୍ସର୍ଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

INS ମୋର୍ମୁଗାଓର ମୁଖ୍ୟ ଆକର୍ଷଣ 

INS ମୋର୍ମୁଗାଓ ବ୍ରାହ୍ମୋସ୍ ଏବଂ ବାରକ୍ -8 ପରି କ୍ଷେପଣାସ୍ତ୍ର ସହିତ ସଜ୍ଜିତ। ଏହା ଇସ୍ରାଏଲର MF-STAR ରାଡାର ସହିତ ସଜ୍ଜିତ, ଯାହା ବାୟୁରେ ଦୀର୍ଘ ଦୂରଗାମୀ ଲକ୍ଷ୍ୟ ଚିହ୍ନଟ କରିପାରିବ। ୧୨୭ ମିଲିମିଟର ବନ୍ଧୁକ ସହିତ ସଜ୍ଜିତ INS ମୋର୍ମୁଗାଓ, ୩୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଭେଦ କରିବାରେ ସକ୍ଷମ । ଏହା ମଧ୍ୟ AK-୬୩୦ ଆଣ୍ଟି-ମିସାଇଲ୍ ବନ୍ଧୁକ ସହିତ ସୁସଜ୍ଜିତ ହୋଇଛି। ଏଥିସହ ଏଥିରେ ଆଣ୍ଟି-ସବମେରାଇନ୍ ରକେଟ୍ ଲଞ୍ଚର୍ ମଧ୍ୟ ରହିଛି।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ନିର୍ମିତ ସ୍ୱଦେଶୀ ଯୁଦ୍ଧ ଜାହାଜ 

ଏହି ସ୍ୱଦେଶୀ ଯୁଦ୍ଧ ଜାହାଜକୁ ‘ଆତ୍ମନିର୍ଭରଶୀଳ ଭାରତ‘ ଅଭିଯାନ ଅଧୀନରେ ଭାରତୀୟ ନୌସେନାର ୱାରସିପ୍ ଡିଜାଇନ ବ୍ୟୁରୋ ଡିଜାଇନ୍ କରିଛି। ଏହି ଯୁଦ୍ଧ ଜାହାଜ ଆଣବିକ, ଜୈବିକ ଏବଂ ରାସାୟନିକ ଯୁଦ୍ଧରେ ଲଢିବାରେ ସକ୍ଷମ ।ଏଥିରେ ୪ଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ରହିଛି। ଆଇଏନ୍ଏସ୍ ମୋର୍ମୁଗାଓର ସମୁଦ୍ରରେ ୩୦ ନଟ୍ରୁ ଅଧିକ ବେଗରେ ଗତି କରିପାରିବ। ଏହି ଶକ୍ତିଶାଳୀ ଯୁଦ୍ଧ ଜାହାଜର ଲମ୍ବ ୧୬୩ ମିଟର ଓ ପ୍ରସ୍ତ ୧୭ ମିଟର।ଆଇଏନ୍ଏସ୍ ମୋର୍ମୁଗାଓର ଓଜନ ୭ ହଜାର ୪ଶହ ଟନ।ନୌସେନା କହିଛଇି ଯେ ଜାହାଜର ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ କ୍ଷମତା ସ୍ୱଦେଶୀ ଭାବରେ ବିକଶିତ ହୋଇଛି ଏବଂ ଜାହାଜଟି ରକେଟ୍ ଲଞ୍ଚର୍, ଟର୍ପେଡୋ ଲଞ୍ଚର୍ ଏବଂ ହେଲିକପ୍ଟର ସହିତ ସଜାଯାଇଛି। ଗତ ବର୍ଷ ଡିସେମ୍ବର ୧୯ରେ ପ୍ରଥମ ଥର ଆଇଏନ୍ଏସ୍ ମୋର୍ମୁଗାଓର ଜଳାବତଣ ହୋଇଥିଲା।

Leave A Reply

Your email address will not be published.