ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ଼ ଜବାବ, ଗଣହତ୍ୟାର ନିଛକ ଉଦାହରଣ ହେଉଛି ପାକିସ୍ତାନ

ନୂଆଦିଲ୍ଲୀ :  କାଶ୍ମୀର ପ୍ରସଙ୍ଗ ଉଠାଇଛି। ଏବେ କାଶ୍ମୀର ଉପତ୍ୟକାରେ ଭାରତ ନରସଂହାର ଚଳାଇଛି ବୋଲି ପାକିସ୍ତାନ କହିଥିବା ବେଳେ ଭାରତ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଛି। ଗଣହତ୍ୟାକୁ ନେଇ ଯଦି କେଉଁ ରାଷ୍ଟ୍ରକୁ ସର୍ବଶ୍ରେଷ୍ଠ ଉଦାହାରଣ ଭାବେ ନିଆଯାଏ ତେବେ ସେ ହେଉଛି ପାକିସ୍ତାନ। ୧୯୭୧ ବାଂଲାଦେଶ ଯୁଦ୍ଧ ସମୟରେ ପାକିସ୍ତାନ ହଜାର ହଜାର ଲୋକଙ୍କୁ ହତ୍ୟା କରିଛି। କିନ୍ତୁ ଏଭଳି ଏକ ଜଘନ୍ୟ ଏବଂ ନୃଶଂସ କାର୍ଯ୍ୟ ପାଇଁ ପାକିସ୍ତାନ କେବେ ମଧ୍ୟ ଅନୁଶୋଚନା ଆଣି ନାହିଁ କିମ୍ବା କ୍ଷମା ପ୍ରାର୍ଥନା କରିନାହିଁ।

ଭାରତ ଉପରେ ଦୋଷ ଲଦିବା ପୂର୍ବରୁ ପାକିସ୍ତାନ ନିଜର ଏହି ଲଜ୍ଜ୍ୟାଜନକ ଇତିହାସକୁ ଭୁଲିଯିବା ଠିକ୍‌ ନୁହେଁ ବୋଲି ଭାରତର ଜାତିସଂଘ ମିଶନ କାଉନସେଲର କାଜଲ ଭଟ୍ଟ କହିଛନ୍ତି। କାଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଅଭିଯୋଗ ଆଣିବା ପରେ ଭଟ୍ଟ କହିଥିଲେ ଯେ, ପ୍ରାୟ ୫୦ ବର୍ଷ ତଳେ ପାକିସ୍ତାନ ସେନା ତତଥକାଳୀନ ପୂର୍ବ ପାକିସ୍ତାନ(ବାଂଲାଦେଶ)ରେ ନରସଂହାର ଚଳାଇଥିଲା। ଅପରେସନ ସର୍ଚ୍ଚଲାଇଟ୍‌ରେ ହଜାର ହଜାର ନୀରିହ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏପରିକି ହଜାର ହଜାର ମହିଳା ଏବଂ ଶିଶୁ ମଧ୍ୟ ଏହି ଘୃଣ୍ୟ କାର୍ଯ୍ୟରୁ ବାଦ୍‌ ପଡ଼ି ନଥିଲେ। ଏଭଳି ଗଣହତ୍ୟାକାରୀ ରାଷ୍ଟ୍ର ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ କିଛି କହିବା ଉଚିତ ନୁହେଁ। ବରଂ କାଶ୍ମୀରରେ ସୀମାପାର ଆତଙ୍କବାଦକୁ ଦିଆଯାଉଥିବା ପ୍ରୋତ୍ସାହନକୁ ପାକିସ୍ତାନ ବନ୍ଦ କରୁ ବୋଲି ଭଟ୍ଟ କହିଥିଲେ।

ଭାରତ ସରକାର ଜମ୍ମୁ-କାଶ୍ମୀରର ସ୍ବତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥାକୁ ଖାରଜ କରି ଏବେ ସେଠାକାର ଜନସଂଖ୍ୟା ହାରରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛନ୍ତି। ଏପରିକି କାଶ୍ମୀର ଉପତ୍ୟକାରେ ମୁସଲମାନ ଜନବହୁଳତାକୁ ହ୍ରାସ କରିବା ଲାଗି ସେଠାରେ ହିନ୍ଦୁମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ପାକିସ୍ତାନର ଅଭିଯୋଗକୁ ନେଇ ଭଟ୍ଟ କହିଛନ୍ତି ଯେ, ଭାରତ ନୁହେଁ ବରଂ ପାକିସ୍ତାନ କାଶ୍ମୀର ଉପତ୍ୟକାର ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରିବାକୁ ଖେରାକ୍‌ ଯୋଗାଉଛି। ଏଠାରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରାଯାଉଛି। ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ଯୋଗୁଁ ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଗୁଡିକୁ ଏଥିପାଇଁ ପ୍ରୋତ୍ସାହନ ମିଳୁଛି। ତେଣୁ ଭାରତକୁ କିଛି କହିବା ପୂର୍ବରୁ ପାକିସ୍ତାନ ଏସବୁ ବନ୍ଦ କରୁ ବୋଲି ଭଟ୍ଟ କହିଛନ୍ତି।

Leave a comment