ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଣ୍ଡା ଦାନ କଲେଣି ଇଣ୍ଡିଆନ ଫ୍ଳାଇକେଚର ପକ୍ଷୀ, କିଛି ଦିନ ପରେ ଶୁଭିବ ଶାବକଙ୍କ କାକଳି

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାସ କରୁଥିବା ଇଣ୍ଡିଆନ ଫ୍ଲାଇକେଚର ପକ୍ଷୀ ମାନେ ଅଣ୍ଡା ଦାନ କଲେଣି । ଆଉ କିଛି ପରେ ଛୁଆ ଫୁଟାଇବେ ପକ୍ଷୀ ଶାବକଙ୍କ କାକଳିରେ ସୋନପୁରର ବଣ ଜଙ୍ଗଲ ଗରଜି ଯିବ । ଏଥିପାଇଁ ତ ଏହି ପକ୍ଷୀ ମାନେ ଖରାକୁ ଖାତିର ନକରି ଶହ ଶହ କିଲୋମିଟର ଦୂରରୁ ଉଡି ଆସି ସୋନପୁରକୁ ନିଜର କରି ନେଇଛନ୍ତି ।

ହାଡ ଭଙ୍ଗା ଶୀତରେ ହଜାର ହଜାର କିଲୋମିଟର ଦୂରରୁ ଯେଉଁଭଳି ଭାବେ କମନ୍ ମଙ୍ଗାର୍ନ୍ସର ସୋନପୁରକୁ ଆସନ୍ତି । ସେହିଭଳି ଖରା ବଢିଲେ ଏହି ପକ୍ଷୀ ନିଜ ଘର ବସାଇବାକୁ ଏମାଟି ପ୍ରତି ଆକର୍ଷିତ ହୋଇ ଯାଆନ୍ତି । ଏଠି ବସା ତିଆରି କରି ଅଣ୍ଡା ଦାନ କରନ୍ତି, ଅଣ୍ଡାରୁ ଛୁଆ ଫୁଟାଇଲା ପରେ ଉଡିବା ଶିଖାଇ ନିଜ ସ୍ଥାୟୀ ବସାକୁ ଲେଉଟି ଯାଆନ୍ତି । ସୋନପୁରରେ ଖରା ଯେତିକି ହେଉ ନା କାହିଁକି ପ୍ରତି ବର୍ଷ ଇଣ୍ଡିଆନ ପାରାଡାଇଜ୍ ଫ୍ଲାଇ କେଚର ମାନେ ଜିଲ୍ଲାର ଅତିଥି ସାଜନ୍ତି । ତେବେ ଏହି ପକ୍ଷୀଙ୍କ ଜୀବନ ଶୈଳୀ ଖୁବ୍ ସୁନ୍ଦର । ପାଣିରେ ଲମ୍ଫ ପ୍ରଦାନ କରି ଏମାନଙ୍କ ଗାଧୋଇବା ଦୃଶ୍ୟ ଖୁବ୍ ନିଆରା ଏବଂ ଆକର୍ଷଣୀୟ । ଶାସକ ପାଇଁ ଖାଦ୍ୟ ସଂଗ୍ରହ ମଧ୍ୟ ନିଆରା । ଅର୍ଜୁନପୁର, ଭଣ୍ଡାର ମେଘନାଦ, ପାତାଳୀ, ତିଲେଇମାଲ, ମହୁଲପାଲି, ବାରପାହାଡ ଆଦି ଜଙ୍ଗଲରେ ଏମାନେ ବସା ବାନ୍ଧିଛନ୍ତି । ମାର୍ଚ୍ଚ ଶେଷ ସପ୍ତାହରେ ସୁବର୍ଣ୍ଣପୁର ଜିଲ୍ଲାକୁ ଆସି ସେପ୍ଟେମ୍ବର ମାସରେ ନିଜ ସ୍ଥାୟୀ ବସାକୁ ଏମାନେ ଲେଉଟି ଯାଆନ୍ତି ।

ଏହି ପକ୍ଷୀ ମାନେ ଉଡି ଉଡି ମଶା,ମାଛି ଭଳି ବିଭିନ୍ନ ଉଡୁଥିବା ପୋକ ଖାଇଥାନ୍ତି । ଏମାନେ ସୋନପୁରର ବିଭିନ୍ନ ଜଙ୍ଗଲକୁ ଆସି ବସା ବାନ୍ଧି ସାରିଛନ୍ତି । ଏଠି ଅଣ୍ଡା ଦେଇ ଛୁଆ ଫୁଟାଇବେ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସପରିବାର ସ୍ଥାୟୀ ବସାକୁ ଏହି ପକ୍ଷୀ ମାନେ ବାହୁଡି ଯିବେ ।

Leave A Reply

Your email address will not be published.