ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛିଡା ହୋଇଥିବା ସବାରୀ ଗାଡିକୁ ଧକ୍କା ଦେଲା ଟ୍ରକ : ୧ ମୃତ,୮ ଆହତ

ବାରିପଦା : ରବିବାର ଅପରାହ୍ନରେ କୁଳିଅଣା ଥାନା ଅନ୍ତର୍ଗତ ଅସନଯୋଡ଼ା ନିକଟ ୧୮ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ କଡ଼କୁ ଛିଡା ହୋଇଥିବା ଏକ ଯାତ୍ରୀବାହୀ ସବାରୀକୁ ମାଲବାହୀ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ସହିତ ଅନ୍ୟ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ଅପରାନ୍ହ ସମୟରେ ଏକ ଯାତ୍ରୀ ବାହୀ ସବାରୀ ଗାଡି କୁଚେଇରୁ ବାରିପଦା ଅଭିମୁଖେ ଯାତ୍ରୀଙ୍କୁ ନେଇ ଆସୁଥିଲା। ଆସନଯୋଡ଼ା ନିକଟରେ ଜାତୀୟ ରାଜପଥ କଡ଼କୁ ଛିଡା କରି ଯାତ୍ରୀ ଓହ୍ଲାଇବା ସମୟରେ ପଛରୁ ଏକ ମାଲବାହୀ ଟ୍ରକ ଧକ୍କା ଦେବାରୁ ଭାରସାମ୍ୟ ହରାଇ ସବାରୀଟି ରାସ୍ତା କଡ଼କୁ ଖସି ପଡିଥିଲା। ଯାହା ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଜଣକଙ୍କ ମୃତ୍ୟ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ନେଇ ସ୍ଥାନୀୟ ଲୋକମାନେ ଖବର ଦେବାରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ୮ଜଣ ଆହତଙ୍କ ପରିଚୟ ମିଳିଛି। ସମସ୍ତେ କୁଳିଅଣା ଓ ବାଙ୍ଗିରିପୋଷି ଥାନା ଅଞ୍ଚଳର ଅଟନ୍ତି ବୋଲି ପୁଲିସ ସୂଚନା ଦେଇଛି।ଖବରପାଇ ବାଙ୍ଗିରିପୋଷି ବିଜେଡି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାର୍ଣ୍ଡି ଡାକ୍ତରଖାନାରେ ପହଞ୍ଚି ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଛନ୍ତି । ସମସ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ଗୁରୁତରଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.