ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶୀ କୁକୁଡା ଚୋରି ଅଭିଯୋଗରେ ଜେଲ୍ ଗଲେ ୪ ଅଭିଯୁକ୍ତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରାମଚନ୍ଦ୍ରପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଦେଶୀ କୁକୁଡା ଚୋରି ଅଭିଯୋଗରେ ୪ ଜଣ ଯୁବକଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ମାନେ ରାମଚନ୍ଦ୍ରପୁର ଗ୍ରାମର ବିକି ବିଷୋଇ, ସନାତନ ବିଷୋଇ, ଦିବାକର ବିଷୋଇ ଓ ଶ୍ରୀରାମ ବିଷୋଇ ।

ସୂଚନା ମୁତାବକ ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଜେନା ଗ୍ରାମ ନିକଟରେ ଏକ ଦେଶୀ କୁକୁଡା ଫାର୍ମ କରିଛନ୍ତିl ଗତ ୧୫ ତାରିଖରେ କେହି ଦୁର୍ବୃତ୍ତ କୁକୁଡା ଫାର୍ମରେ ପଶି ଘର ତାଲା ଭାଙ୍ଗି ଫାର୍ମରେ ପଶି ୩୦ ଗୋଟି ଦେଶୀ କୁକୁଡା ଚୋରୀ କରି ନେଇଯାଇଥିବା ବେଳେ ଦୁଇଟି ପାଣି ମୋଟରକୁ ମଧ୍ଯ ଚୋରି କରି ନେଇଯାଇଥିଲେ।  ଏନେଇ ସଞ୍ଜୟ ଖୋଜାଖୋଜି କରି ଜାଣିବାକୁ ପାଇଥିଲେ ତାଙ୍କ ଗ୍ରାମର ୪ ଜଣ ଯୁବକ ତାଙ୍କ କୁକୁଡା ଫାର୍ମରୁ ତାଲା ଭାଙ୍ଗି କୁକୁଡା ଓ ପାଣି ମୋଟର ଚୋରୀ କରି ନେଇଥିବା ଜାଣିବାକୁ ପାଇ ରବିବାର ପାଟପୁର ଥାନାରେ ଅଭିଯୋଗ କରିଥିଲେl ଅଭିଯୋଗକୁ ଭିତ୍ତି କରି ପାଟପୁର ପୋଲିସ ୩୧୧/୨୪ ରେ ଏକ ମାମଲା ରୁଜ୍ଜୁ କରି ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି।  ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Leave A Reply

Your email address will not be published.