ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆହୁରି କମିବ ପେଟ୍ରୋଲ ଓ ଡିଜେଲ ଦର: ଷ୍ଟ୍ରାଟେଜିକ୍‌ ରିଜର୍ଭରୁ ୫୦ ଲକ୍ଷ ବ୍ୟାରେଲ ତୈଳ ଛାଡିବାକୁ ଭାରତର ନିଷ୍ପତ୍ତି

ନୂଆଦିଲ୍ଲୀ: ଉତ୍ପାଦ ଶୁଳ୍କରେ ହ୍ରାସ ପରେ ଏବେ ବି ତେଲ ତାତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଯୋଗାଣ ବଢ଼ାଇ ଦର କମ୍‌ କରିବାକୁ ସରକାର ବିଚାର କରୁଛନ୍ତି। ଏଥି ପାଇଁ ଭାରତ ଏବେ ଏହାର ଷ୍ଟ୍ରାଟେଜିକ୍‌ ରିଜର୍ଭରୁ ୫୦ ଲକ୍ଷ ବ୍ୟାରେଲ ତୈଳ ଛାଡିବାକୁ ନିଷ୍ପତ୍ତି ନେଇଛି। ଯଦି ଏହା ହୁଏ ତେବେ ଆଗାମୀ ଦିନରେ ଘରୋଇ ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୩ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିପାରେ।

ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିକୁ ନଜରରେ ରଖି ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଭାରତ ଏହାର ଷ୍ଟ୍ରାଟେଜିକ୍‌ ରିଜର୍ଭରୁ ୫୦ ଲକ୍ଷ ବ୍ୟାରେଲ ତୈଳ ଛାଡିବାକୁ ଯାଉଛି। ମଙ୍ଗଳବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତ, ଜାପାନ ସମେତ କିଛି ବଡ ଅର୍ଥନୀତି ସହଯୋଗରେ ଅଶୋଧିତ ତୈଳର ଷ୍ଟ୍ରାଟେଜିକ୍‌ ରିଜର୍ଭରୁ ତେଲ ଛାଡିବାକୁ ଆମେରିକା ଯୋଜନା କରିଛି। ଏହି ପଦକ୍ଷେପ ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଟିକେ ହ୍ରାସ ହୋଇପାରେ। କେବଳ ଜାପାନ ଏବଂ ଭାରତ ନୁହେଁ ଚୀନ୍‌ ଓ ଦକ୍ଷିଣ କୋରିଆ ସହିତ ସମନ୍ୱୟ ରକ୍ଷା କରି ଆମେରିକା ଏହା କରିବ। ଆମେରିକା, ଭାରତ, ଦକ୍ଷିଣ କୋରିଆ ଏବଂ ଜାପାନ ଅଶୋଧିତ ତଳ ମୂଲ୍ୟକୁ ବ୍ୟାରେଲ ପିଛା ୭୦ ଡଲାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଷ୍ଟ୍ରାଟେଜିକ୍ ରିଜର୍ଭରୁ ତୈଳ ମୁକ୍ତ କରିବାକୁ ଚୀନ୍ ମଧ୍ୟ ପ୍ରସ୍ତୁତି ଚଳାଇଛି। ଯଦି ଅଶୋଧିତ ମୂଲ୍ୟ ୭୦ ଡଲାରକୁ ଖସିଯାଏ, ତେବେ ନିଶ୍ଚିତ ଭାବରେ ଭାରତୀୟ ଗ୍ରାହକମାନେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର କମ୍ ମୂଲ୍ୟରେ ମଧ୍ୟ ଲାଭ ପାଇବେ।

ଦେଶର ପୂର୍ବ ଏବଂ ପଶ୍ଚିମ ଉପକୂଳର ତିନୋଟି ସ୍ଥାନରେ ପ୍ରାୟ ୩୮ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ମହଜୁଦ ରହିଛି। ଏଥିମଧ୍ୟରୁ ୭ ରୁ ୧୦ ଦିନ ମଧ୍ୟରେ ୫୦ ଲକ୍ଷ ବ୍ୟାରେଲ ତେଲ ଛଡାଯିବ। ଏହି ଷ୍ଟକ୍ ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ୍ (ଏମ୍‌ଆର୍‌ପିଏଲ୍‌) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପ ଲିମିଟେଡ୍ (ଏଚ୍‌ପିସିଏଲ୍‌)କୁ ବିକ୍ରି ହେବ। ଏହି ଉଭୟ ରିଫାଇନାରୀ ଏକ ପାଇପଲାଇନ ମାଧ୍ୟମରେ ଷ୍ଟ୍ରାଟେଜିକ୍ ରିଜର୍ଭ ସହିତ ସଂଯୁକ୍ତ। ପରେ ଅଧିକ ଷ୍ଟକ୍ ମଧ୍ୟ ରିଲିଜ୍ ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି। ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଅଶୋଧିତ ତୈଳ ଯୋଗାଣ ବୃଦ୍ଧି ପାଇଁ ପେଟ୍ରୋଲିୟମ ରପ୍ତାନିକାରୀ ସଂଘ ଓପେକ୍ ପ୍ଲସ୍‌କୁ କହିଛନ୍ତି। କରୋନା ମହାମାରୀ ସମୟରେ ତୈଳ ଚାହିଦା ହ୍ରାସ ପାଇବା ପରେ ଏବେ ଚାହିଦା ବଢ଼ିଥିବା ସେ ଉଲ୍ଲେଖ କରିଛନ୍ତି। ଓପେକ୍‌ ପ୍ଲସ୍‌ ବିଡେନଙ୍କ କଥାକୁ ଉପେକ୍ଷା କରିଛି। ଏହାପରେ ବିଡେନ୍ ପ୍ରଶାସନ ଅନ୍ୟ ଦେଶମାନଙ୍କ ସହିତ ଷ୍ଟ୍ରାଟେଜିକ୍ ତଳ ରିଜର୍ଭରୁ ତୈଳ ଛାଡିବାକୁ ଯୋଜନା କରିଛି। ଇତିହାସରେ ପ୍ରଥମ ଥର ପାଇଁ ଷ୍ଟ୍ରାଟେଜିକ୍ ତଳ ରିଜର୍ଭରୁ ଏକାଥରକେ ବିଭିନ୍ନ ରାଷ୍ଟ୍ର ତୈଳ ଛାଡିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୭୮ ଡଲାର ରହିଛି। ଗତ ମାସରେ ଏହା ବ୍ୟାରେଲ ପିଛିା ୮୬ ଡଲାରରୁ ଅଧିକ ବୃଦ୍ଧି ପାଇଥିଲା।

Leave A Reply

Your email address will not be published.