ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାସ୍ ଦରବୃଦ୍ଧିକୁ ନେଇ ତୃତୀୟ ଦିନରେ ପହଞ୍ଚିଛି ବିଜେଡିର ବିକ୍ଷୋଭ

ବ୍ରହ୍ମପୁର: ଗ୍ୟାସ୍ ଦରବୃଦ୍ଧିକୁ ନେଇ ଆଜି ତୃତୀୟ ଦିନରେ ବିକ୍ଷୋଭ କରିଛି ବିଜେଡି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ରଣହୁଙ୍କାର ଦେଉଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ନେତ୍ରୀ । ଆଜି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଲଗାତର ଗ୍ୟାସ ଦରବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗତ ତିନି ବର୍ଷରେ ପାଖାପାଖି ଦୁଇ ଗୁଣା ଦର ବୃଦ୍ଧି ହୋଇଛି । ସେହିପରି ଉଜ୍ଜଳା ନାଁରେ କେନ୍ଦ୍ର ସରକାରଙ୍କ ଲୋକଙ୍କୁ ଠକି ଚାଲିଥିବା ବିଜେଡି ଅଭିଯୋଗ କରିଛି । କୋଭିଡ ପାଇଁ ସାଧାରଣ ଲୋକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏପରି ସ୍ଥିତିରେ କିପରି ପରିବାର ଚାଲିବ ସେନେଇ ପ୍ରଶ୍ନ କରିଛି ଦଳ ।

 

Leave A Reply

Your email address will not be published.