ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଏଲଏସ୍ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ପରଲୋକ

ଭୁବନେଶ୍ବର: ଆଇଏଲଏସ୍ (ILS) ନିର୍ଦ୍ଦେଶକ ପଦ୍ମଶ୍ରୀ ଡା. ଅଜୟ ପରିଡାଙ୍କ ପରଲୋକ। ଗୌହାଟୀରେ ଡାକ୍ତର ଅଜୟ ପରିଡାଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକ ନେଇ ILS ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୃତ୍ୟୁବେଳକୁ ଅଜୟ ପରିଡ଼ାଙ୍କୁ ୫୮ବର୍ଷ ହୋଇଥିବା ଜଣାପଡିଛି । ହୃଦଘାତରେ ତାଙ୍କର ମୃତ୍ଯୁ ଘଟିଥିବା ସୂଚନା।

ସୂଚନା ଅନୁଯାୟୀ, ଅଜୟ ପରିଡ଼ା ଗୌହାଟୀରେ ଚାଲିଥିବା ଏକ ପ୍ରେସ୍‌ କନ୍‌ଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି ।

ରାଜ୍ୟରେ କୋଭିଡ଼ ମହାମାରୀ ସମୟରେ ILS  ନିର୍ଦ୍ଦେଶକଙ୍କ ପରିଚାଳନା ଏବଂ କରୋନା  ଟେଷ୍ଟିଂରେ ତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ  ରହିଥିଲା। ଏପିରିକି ରାଜ୍ୟବାସୀଙ୍କୁ କୋଭିଡ଼ ମହାମାରୀ ନେଇ ସବୁବେଳେ ସତର୍କ କରାଉଥିଲେ ଅଜୟ ପରିଡ଼ା ।

Leave A Reply

Your email address will not be published.