ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଟ ଦେବାକୁ ଆସିଥିଲେ ପତ୍ନୀ, ବୁଥ୍ ସାମ୍ନାରେ ନିର୍ମମଭାବେ ହତ୍ୟାକଲା ସ୍ବାମୀ

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି। ବୁଥ ସାମ୍ନାରେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ୱାମୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁ ୪ନମ୍ବର ବୁଥ ସାମ୍ନାରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ରଶ୍ମିରେଖା ବେହେରା । ଅଭିଯୁକ୍ତ ସ୍ବାମୀ ପ୍ରଭାକରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ରଶ୍ମିରେଖା ଓ ପ୍ରଭାକରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଯେଉଁଥିପାଇଁ ମହିଳା ଜଣକ ସ୍ୱାମୀଙ୍କ ସହ କଳହ ପରେ ବାପ ଘର ଜିରାଗମ୍ଭୀରରେ ରହୁଥିଲେ। ଆଜି ସେ ଭୋଟ ଦେବା ପାଇଁ ତାଙ୍କ ଦାଦାଙ୍କ ସହ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥକୁ ଆସିଥିଲେ। ମାତ୍ର ଏତିକିବେଳେ ସ୍ୱାମୀ ବୁଥ ସାମ୍ନାରେ ମାରଣାସ୍ତ୍ରରେ ଆକ୍ରମଣ କରିଥଲା । ଫଳରେ ରଶ୍ମିଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ସ୍ୱାମୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

Leave A Reply

Your email address will not be published.