ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରାଚୀନ ରୋମ ଐତିହ୍ୟ ଓ ସଂସ୍କୃତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାନରେ ଅଭିଭୂତ ଐତିହାସିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ରୋମ ଗସ୍ତର ଏକ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଭିଡିଓରେ ରୋମର ପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରଶଂସା କରିଛନ୍ତି, ତାହାକୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ରୋମର ବିଭିନ୍ନ ଐତିହାସିକ ସ୍ଥଳୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ । ରୋମର ଜଣେ ସୁପ୍ରସିଦ୍ଧ ଐତିହାସିକ ମୁଖ୍ୟମନ୍ତ୍ରୀଙ୍କୁ ରୋମର ପୁରୁଣା ଐତିହ୍ୟ ଓ ସଂସ୍କୃତି ବିଷୟରେ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ରୋମର ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ବିଷୟରେ ଏହି ଐତିହାସିକ ଜଣଙ୍କୁ ଯେଉଁ ତଥ୍ୟ ଦେଇଥିଲେ ସେଥିରେ ଅଭିଭୂତ ହୋଇଥିଲେ ଐତିହାସିକ ।


ଜଣେ ବିଶ୍ୱ ପ୍ରସିଦ୍ଧ ଲେଖକ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ, ରୋମର ଇତିହାସକୁ ନେଇ ଯେଉଁ ଜ୍ଞାନ ବଖାଣିଛନ୍ତି, ସେଥିରେ ରୋମର ଐତିହାସିକ ଜଣକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ପ୍ରାଚୀନ ଇତିହାସ କେବଳ ନୁହେଁ, ବିଶ୍ୱ ସାହିତ୍ୟ ଜଗତରେ ମଧ୍ୟ ଖ୍ୟାତି ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.