ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଫେରିଲା ତାତି : ସାଢେ ୧୧ଟା ସୁଦ୍ଧା ୩୫ ଟପିଲା ୫ ସହରର ପାରା, ଭୁବନେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି। ଗତ କିଛି ଦିନର ବ୍ୟବଧାନ ପରେ ଗତକାଲିଠୁ ପୁଣି ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଆଜି ସାଢେ ୧୧ ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୭.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ ୩୫.୪ ଓ ପାରାଦୀପରେ ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ରହିଥିବା ବେଳେ ଗୋପାଳପୁରରେ ୩୪.୪, ହୀରାକୁଦ ଓ ପୁରୀରେ ୩୪.୩ ଡିଗ୍ରୀ ରହିଛି।

ଗତକାଲି ଭୁବନେଶ୍ୱରର ଦିନର ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ଥିବା ବେଳେ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଏହା ୩୭.୪ ଡିଗ୍ରୀରେ ପହଞ୍ଚି ସାରିଲାଣି। ତେଣୁ ତାତି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ଆଜି ସାଢ଼େ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ରାଜ୍ୟର ଉତ୍ତପ୍ତ ସହର ରହିଥିବା ବେଳେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଆଜି ସକାଳ ସାଢେ ୮ଟା ସୁଦ୍ଧା ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ଥିବା ବେଳେ ପାରାଦୀପରେ ତାପମାତ୍ରା ୩୧.୨ ଡିଗ୍ରୀ, ଚାନ୍ଦବାଲିରେ ୩୧.୨ ଡିଗ୍ରୀ, ଭୁବନେଶ୍ୱରରେ ୩୦.୨ ଡିଗ୍ରୀ, ବାଲେଶ୍ୱରରେ ୩୦.୨ ଡିଗ୍ରୀ, ପୁରୀରେ ୩୦.୨ ଡିଗ୍ରୀ, ଝାରସୁଗୁଡ଼ାରେ ୨୯.୮ ଡିଗ୍ରୀ , ରାଉରକେଲାରେ ଡିଗ୍ରୀ, ଗୋପାଳପୁରରେ ୨୮.୬ ଡିଗ୍ରୀ, କେନ୍ଦୁଝରରେ ୨୮.୪ ଡିଗ୍ରୀ, ସମ୍ବଲପୁରରେ ୨୮.୪ ଡିଗ୍ରୀ ଓ ହୀରାକୁଦରେ ୨୭.୬ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.