ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟକୁ ପୁଣି ଫେରିଲା ତାତି, ଆଜି ୪୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲା ତାତି ।୧୪ ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୨ ଡିଗ୍ରୀ ସହ ବୌଦ୍ଧ ସୁବଠାରୁ ଉତ୍ତପ୍ତ ସହର ପାଲଟିଛି । ଝାରସୁଗୁଡା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ ତାପାମାତ୍ରା ରେକର୍ଡ କରାଯାଇଛି । ସେହିଭଳି ରାଉରକେଲା ୪୧.୪, ଅନୁଗୁଳ ୪୧ .୧ , ସୁନ୍ଦରଗଡରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସ୍ବାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକ । ଉପକୂଳ ଓ ମଧ୍ୟ ଓଡ଼ିଶାରେ ଅଧିକ ଗୁଳଗୁଳି ଅନୁଭୂତ ହେଉଛି । ଆସନ୍ତା ତିନିରୁ ଚାରିଦିନ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.