ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖାଲି ପେଟରେ ଖାଆନ୍ତୁ ଅଁଳା….

ଅଁଳା ଖାଇଲେ କେବଳ ପାଚନତନ୍ତ୍ର ମଜଭୁତ୍‌ ହୁଏ ନାହିଁ, ଆଣ୍ଠୁଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ। ଏପରିକି ସକାଳୁ ଖାଲି ପେଟରେ ଅଁଳା ଖାଇଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।

-ଅଁଳାରୁ ପ୍ରଚୁର ମାତ୍ରାରେ ଫାଇବର୍‌ ମିଳିଥାଏ, ଏହାକୁ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ବିଶେଷକରି କୋଷ୍ଠକାଠିନ୍ୟ ଏବଂ ଅମ୍ଳଦୋଷ ସମସ୍ୟା ରହେ ନାହିଁ।

-ଭିଟାମିନ୍‌-ସି’ରେ ଭରପୂର ଅଁଳାକୁ ଖାଲି ପେଟରେ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ।

-ଏହା ଶରୀରକୁ ଜୀବାଣୁ ସହିତ ଲଢ଼ିବାକୁ ଶକ୍ତି ପ୍ରଦାନ କରେ।

-ସେହିପରି କ୍ୟାଲସିୟମ ଓ ପଟାସିୟମ ଏଥିରେ ଥିବାରୁ ଆଣ୍ଠୁଗଣ୍ଠି ମଜଭୁତ୍ ହୋଇଥାଏ।

-ତ୍ବଚା ଏବଂ କେଶ ପାଇଁ ଏହା ଉପକାରୀ। ଖାଲି ପେଟରେ ଅଁଳା ଖାଇବା ଦ୍ବାରା ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ। ତେବେ ଯେଉଁମାନଙ୍କର ଖାଲିପେଟରେ ଅଁଳା ଖାଇଲେ କିଛି ଶାରୀରିକ ସମସ୍ୟା ଉପୁଜେ ସେମାନେ ଡାକ୍ତରଙ୍କ ପରାମର୍ଶ କରି ଖାଇପାରିବେ।

Leave A Reply

Your email address will not be published.