ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୨୨ – ୦୭ – ୨୦୨୨ )

ମେଷ: ଦୁଃସାହସିକ କାର୍ଯ୍ୟ ତୁଲାଇବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। କର୍ମକ୍ଷେତ୍ରରେ ବିରୋଧୀ ପ୍ରଶମିତ ହେବେ। ବ୍ୟବସାୟରେ ଲାଭାନ୍ବିତ ହେବେ। ମହିଳାମାନେ ଦୃଢ଼ମନା ରହିବେ।

ବୃଷ: ନିଜ ବୁଦ୍ଧି ବଳରେ ପରିସ୍ଥିତି ସମ୍ଭାଳି ନେବେ । ବ୍ୟବସାୟରେ ଠକାମିରେ ପଡ଼ିପାରନ୍ତି। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ବିଦେଶ ଭ୍ରମଣ ଯୋଗ ରହିଛି।

ମିଥୁନ: ଉଦ୍‌ଯୋଗ କରି ସଫଳତା ପାଇବେ। ମହିଳାମାନେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ଉଚ୍ଚଅଧିକାରୀ ଆପଣଙ୍କ ସଚ୍ଚୋଟତା ପାଇଁ ଖୁସି ରହିବେ। ବନ୍ଧୁବାନ୍ଧବଙ୍କ ଆଗମନରେ ଉତ୍ସାହିତ ହେବେ।

କର୍କଟ: ସମାଜରେ ସୁଖସମ୍ମାନ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସହଯୋଗ ପାଇବେ। ନୂତନ ପୁଞ୍ଜି ନିବେଶ କରି ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ କୃତକାର୍ଯ୍ୟ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଆର୍ଥିକ ଅନଟନ ଦେଖାଦେବ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। ମହିଳାମାନେ ଚିନ୍ତାରେ ରହିବେ। ବ୍ୟବସାୟରେ ମନ୍ଥରତା ଦେଖା ଦେଇପାରେ। ଧୈର୍ଯ୍ୟର ସହ କାର୍ଯ୍ୟ କରି ଆଗକୁ ବଢ଼ିବେ।

କନ୍ୟା: କୌଣସି ଖବର ପାଇ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ନିଜ ବ୍ୟବହାର ପାଇଁ ଲୋକପ୍ରିୟତା ହାସଲ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ତୁଳା: ଚଳଚଞ୍ଚଳ ସ୍ବଭାବର ବ୍ୟକ୍ତିମାନେ ଧୀରସ୍ଥିର ହୋଇ କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ରରେ ବ୍ୟସ୍ତତା ଭିତରେ କଟିବ। ଦୂରଯାତ୍ରା କରି ଲାଭବାନ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି।

ବିଛା: ପାରିବାରିକ ସହଯୋଗ ପାଇଁ ଗର୍ବ ଅନୁଭବ କରିବେ। ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରି ସଫଳ ହେବେ।

ଧନୁ: ଯେକୌଣସି ଉପାୟରେ କାର୍ଯ୍ୟ ହାସଲ କରିବେ। ସମାଜରେ ସୁନାମ ପାଇବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ।

ମକର: କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ମହିଳାମାନେ ଉଦାସ ରହିବେ। କର୍ମକ୍ଷେତ୍ରରେ ଅସହଯୋଗର ଶିକାର ହୋଇପାରନ୍ତି। ବିଭିନ୍ନ କ୍ଷେତ୍ରରେ ବିରୋଧୀ ବୃଦ୍ଧି ହେେବ। ବ୍ୟବସାୟରେ ଆୟବ୍ୟୟ ସମାନ ରହିବ।

କୁମ୍ଭ: ବ୍ୟବସାୟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ବଢ଼ିବାରୁ ମାନସିକ ଚିନ୍ତାରେ ରହିବେ। ସହକର୍ମୀଙ୍କ ଷଡ଼ଯନ୍ତ୍ରରେ ପ୍ରଭାବିତ ହୋଇପାରନ୍ତି। ପରିବାରରେ ନିଜ ମନକଥାକୁ କହି ଶାନ୍ତି ପାଇବେ।

ମୀନ: ପରିବାରରେ ସୁଖ ସନ୍ତୋଷ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ଗୁରୁଜନଙ୍କ ଉତ୍ତମ ପରାମର୍ଶ କ୍ରମେ ସଫଳତା ପାଇବେ।

Leave A Reply

Your email address will not be published.