ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଭାବେ ନିର୍ବାଚିତ, ଜାଣନ୍ତୁ ଯଶୱନ୍ତ ସିହ୍ନାଙ୍କଠାରୁ କେତେ ଭୋଟରେ ଜିତିଲେ..

ନୂଆଦିଲ୍ଲୀ: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଭାବେ ନିର୍ବାଚିତ । ବିଧିବଦ୍ଧ ରାଷ୍ଟ୍ରପତି ଘୋଷିତ ହୋଇଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏନେଇ ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ସୂଚନା ଦେଇଛନ୍ତି । ମୋଟ ୪୭୫୪ ଭୋଟ ନିର୍ବାଚନ ପାଇଁ ପଡିଥିବା ବେଳେ ୪୭୦୧ ଭୋଟ ବୈଧ ହୋଇଥିଲା ଏବଂ ୫୩ ଅବୈଧ ଭୋଟ ପଡିଛି । ଏଥିରୁ ୨୮୨୪ ଖଣ୍ଡ ଭୋଟ ତାଙ୍କ ସପକ୍ଷରେ ପଡିଛି । ଏହାର ମୂଲ୍ୟ ୬ଲକ୍ଷ ୭୬ହଜାର ୮୦୩ । ସେହିଭଳି ଯଶୱନ୍ତ ସିହ୍ନାଙ୍କୁ ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୮୦ ହଜାର ୧୭୭ ରହିଛି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୬୪% ଭୋଟ ପାଇଥିବାବେଳେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୩୬% ଭୋଟ ପାଇଛନ୍ତି ।

Leave A Reply

Your email address will not be published.