ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟଣା, ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। କୋରାଇ ବିଧାୟକ ଅଶୋକ ବଳ ଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ ଓ ଅତିରିକ୍ତ ତହସିଲଦାର ମୃତକଙ୍କ ପରିବାର ନିକଟରେ ପହଞ୍ଚି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବାବଦକୁ ଚେକ୍ ପ୍ରଦାନ କରିଛନ୍ତି। ତେବେ ଗତ କିଛିଦିନ ତଳେ କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ଘଟି ୩ ଜଣ ମହିଳା ପ୍ରାଣ ହରାଇଥିଲେ। ମୃତା ମହିଳାଙ୍କ ମଧ୍ୟରୁ ଜଣେ କୋରାଇ ଥାନା ଶଙ୍ଖପାରୀ ଗ୍ରାମର ସେକ୍ ମୋଇଉଦ୍ଦିନ ଙ୍କ ପତ୍ନୀ ଅବଜୁନ୍ ବିବି ହୋଇଥିବା ବେଳେ ଅନ୍ୟ ଦୁଇଜଣ ପାଣିକୋଇଲି ଥାନା ତାଜପୁର ଗ୍ରାମର କୁନା ବିନ୍ଧାଣି ଙ୍କ ପତ୍ନୀ ପାର୍ବତୀ ବିନ୍ଧାଣି ଓ ଝିଅ କଣ୍ଢେଇ ବିନ୍ଧାଣି।

Leave A Reply

Your email address will not be published.