ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଢାବାରେ ଛୁରା ମାଡ଼, ଚାରି ଜଣ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳରୁ ଭବାନୀପାଟଣା ରାସ୍ତାରେ ଥିବା ଏଜ ଢାବାରେ ଚୁରାମାଡ଼ ହୋଇଥିବା ଅଭିଯୋଗ ହୋଉଛି। ଖଡ଼ିଆଳ ଥାନାରେ ଢାବାର ମିସ୍ତ୍ରୀ ପରକ୍ଷିତ ମେହେର କରିଥିବା ଅଭିଯୋଗ ଅନୁସାରେ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଖଡ଼ିଆଳ ଫୋକଟ ପଡାର ଆଲୋକ ସାହୁ ଏବଂ ସାହୁ ପଡାର ଜିତୁ ସାହୁ ଦୁହେଁ ମିଶି ଢାବାକୁ ଖାଇବାକୁ ଆସିଥିଲେ। ଖାଇବାକୁ ଅର୍ଡର ଦେବାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଆଲୋକ ସାହୁ ଉତ୍ୟକ୍ତ ହୋଇ ଏକ ଛୁରା ବାହାର କରି କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ତେବେ ଆକ୍ରମଣ କରୁ ଥିବା ସମୟରେ ଅନ୍ୟ ଜଣେ କର୍ମଚାରୀ ଦୀପକ ସରାଫ ମଧ୍ୟ ଛୁରା ମାଡର ଶିକାର ହୋଇଥିଲେ।

ନୃପ ଦୀପଙ୍କ ହାତରେ ଛୁରା ମାଡ଼ ହୋଇଥିବା ବେଲେ ଦୀପକ ସରାଫଙ୍କ ଅଣ୍ଟାରେ ଏବଂ ଜିତୁ ସାହୁଙ୍କ ବେକରେ ଛୁରାମାଡ଼ ହୋଇଥିଲା। ପରେ ସେମାନଙ୍କୁ ଉଦ୍ଧାର ଜରି ଖଡ଼ିଆଳ ଚିକିତ୍ସା ଲୟରେ ଭର୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସା ଲୟକୁ ସ୍ଥାନ ନ୍ତର କରାଯାଇଥିଲା। ଅପର ପକ୍ଷରେ ଖଡ଼ିଆଳ ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି କେଶ ନଂ ୧୮୦/୨୩ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରହିଥିବା ଖଡ଼ିଆଳ ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.