ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ

ଭୁବନେଶ୍ବର : ବିଜେଡିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୂର୍ଯ୍ୟା ରାଓ। ସେ କଂଗ୍ରେସ ଟିକେଟରୁ ୨୦୧୪ରେ ପାରଳାଖେମୁଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ, ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଥିଲେ ସାଂସଦ ସସ୍ମିତ ପାତ୍ର ଓ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ।

କେ. ସୂର୍ଯ୍ୟା ରାଓଙ୍କୁ ଉତ୍ତରୀୟ ଦେଇ ଗଜପତି ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଦଳକୁ ସ୍ବାଗତ କରିବା ସହ କହିଛନ୍ତି ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସବୁ ବିଜେଡିରେ ମିଶିଛନ୍ତି। ଯାହା ଦ୍ବାରା ପାରଳାଖେମୁଣ୍ଡି ଓ ଗଜପତି ବିଜେଡି ସଂଗଠନ ଆହୁରି ମଜବୁତ ହେବ। ଏଥି ସହିତ ସସ୍ମିତ ପାତ୍ର କହିଛନ୍ତି କେ. ସୁରିୟା ରାଓ ଗଜପତି ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ଥିଲେ । ତାଙ୍କ ସହ ଅନେକ ନେତା କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି।

ବିଜେଡିରେ ଯୋଗଦେବା ପରେ କେ. ସୂର୍ଯ୍ୟା ରାଓ କହିଛନ୍ତି ଯେ ଆଜି ମୁଁ କଂଗ୍ରେସ ଛାଡି ବିଜେଡିରେ ମିଶିବାର କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ। ସେଥିରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗଦେଇଛନ୍ତି। ଦଳରେ ଯାହା ଦାୟିତ୍ୱ ତାଙ୍କୁ ଦିଆଯିବ, ସେ ତାହା ନିର୍ବାହ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.