ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । କରୋନା କଟକଣା ପାଇଁ ବିମାନବନ୍ଦର ଉନ୍ନତିକରଣ ପ୍ରଭାବିତ ହେଉଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର ପାଇଁ ଜାଗା ଚିହ୍ନଟ କାମ ଆରମ୍ଭ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ରାଉରକେଲା, ଜୟପୁର, ରଙ୍ଗେଇଲୁଣ୍ଡା ପାଇଁ ଯୋଗାଯୋଗ କରିଛୁ,ସମସ୍ତ ଅବିଭକ୍ତ ଜିଲ୍ଳାରେ ଏୟାରଷ୍ଟ୍ରିପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ପୁରୀରେ ବିମାନବନ୍ଦର ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହାପରେପୁରୀରେ ବିମାନବନ୍ଦର ନେଇ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ ପକ୍ଷରୁ ସର୍ଭେ କରାଯାଇଥିଲା। ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଥିଲେ। ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ବୁଲି ଦେଖିଥିଲେ। ଏହାସହ ବାଲୁଖଣ୍ତ ଅଞ୍ଚଳର ଦୁଇଟି ଜାଗା ପରିଦର୍ଶନ କରିଥିଲେ।  ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିଲେ ଏହି ବୈଷୟ ଟିମ । ବିମାନବନ୍ଦରର ନାମ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ରଖିବା ପାଇଁ ଚିଠିରେ ପ୍ରସ୍ତାବ ରହିଥିଲା।

Leave A Reply

Your email address will not be published.