ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ, ଅଳ୍ପକେ ବର୍ତିଲେ ଦୁଇ ଶିଶୁ

ତୋଟାପଡା: ନିଆଁ ଲାଗି ଲକ୍ଷାଧିକ ଟଙ୍କ ର ସମ୍ପତି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ଶିଶୁ। ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତର ରାଘବପୁର ଗ୍ରାମର ଶିବ ଟୁଡୁଙ୍କ ପୁଅ ରାମରାୟ ଟୁଡୁଙ୍କ ଚାଳ ଘରେ ତାଙ୍କ ସ୍ତ୍ରୀ ବାସନ୍ତୀ ମାଝୀ ଅଙ୍ଗନୱାଡ଼ିର କାଗଜପତ୍ର କାମ କରୁଥିଲେ ଓ ତାଙ୍କର ଦୁଇ ଜଣ ପାଠ ପଢୁଥିବା ବେଳେ ହଠାତ ସର୍ଟସର୍କିଟ ଯୋଗୁଁ ସୁଇଜ ବୋର୍ଡଟି ପ୍ରଥମେ ଜଳି ଯାଇଥିଲା। ତାପରେ ହଠାତ ଚାଳ ଘରେ ନିଆଁ ଲାଗି ଗୋଟିଏ ଗୋଡରେଜ, ସୁନା ଗହଣା, ଲକ୍ଷ୍ୟା ଧିକ ଟଙ୍କାର ଆସବା ପତ୍ର ସାମଗ୍ରୀ, ଗାଡ଼ି କାଗଜ ପତ୍ର, ପାଠ ପଢା ବହି, ସାର୍ଟିଫିକେଟ, ଅଙ୍ଗନବାଡ଼ିର ସମସ୍ତ କାଗଜପତ୍ର, ଜମି ବାଡ଼ି ପଟା, ଆଧାର କାର୍ଡ, ପ୍ୟାନ କାର୍ଡ, ଭୋଟର ପରିଚୟପତ୍ର ସମ୍ପୂର୍ଣ ନଷ୍ଟ ହୋଇଯିବା ସଙ୍ଗେ ସଙ୍ଗେ ଘର କରିବା ପାଇଁ ବ୍ୟାଙ୍କରୁ ଉଠେଇଥିବା ନଗଦ ୧୦ ହଜାର ଟଙ୍କା ଓ ଘରେ ଥିବା ୪୦ ହଜାର ଟଙ୍କା ସମ୍ପୂର୍ଣ ଜଳିଯାଇଥିଲା।

ଗ୍ରାମବାସୀମାନେ ପିଲାମାନଙ୍କୁ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ରାସଗୋବିନ୍ଦପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସଙ୍ଗେସଙ୍ଗେ ଖବର ପାଇ ରାଜସ୍ବ ନିରୀକ୍ଷକ ରିଙ୍କୁ ଦତ୍ତ ଘଟଣା ସ୍ଥଳରେ ପହଞ୍ଚି ପଲିଥିନ ଯୋଗାଇ ଦେଇଥିଲେ। ପରିବାର ଚଳିବା ପାଇଁ ରାଘବପୁର ପଞ୍ଚାୟତର ସରପଞ୍ଚ ଜୋସ୍ନା ରାଣୀ ରାମ, ସମାଜସେବୀ ଚନ୍ଦନ ରାମ, ଯୋଗାଣ ସହାୟକ ସଂଘମିତ୍ରା ପଣ୍ଡା ପହଞ୍ଚି ଖାଇବା ପାଇଁ ଚାଉଳ, ରାସନ୍ ସାମଗ୍ରୀ ପରିବାରକୁ ପହଞ୍ଚାଇ ଥିଲେ। ସରକାରୀ ସହାୟତାରେ ପକ୍କା ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.