ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କସମେଟିକ୍ସ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ଜୀବନ ବଞ୍ଚାଇବାକୁ ତଳକୁ ଡେଇଁଲେ ୨ ଶ୍ରମିକ, ୧୯ ଆହତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ ଥିବା ଏକ କସମେଟିକ୍ସ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ କାରଖାନାରେ ୧୫ରୁ ୨୦ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିକାଣ୍ଡ ପରେ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ଛାତ ଉପରେ ଫସି ରହିଥିବା ଦେଖିବାକୁ ମିଳିଥିଲା । ସେହିପରି ୨ ଜଣ ଶ୍ରମିକ ପ୍ରାଣ ବିକଳରେ ଛାତ ଉପରୁ ଡେଇଁପଡ଼ିଥିବା ଜଣାପଡ଼ିଛି । ନିଆଁ ଲିଭାଇବାକୁ ପଞ୍ଜାବ ଏବଂ ହିମାଚଳରୁ ୧୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ୧୯ ଜଣ ଆହତଙ୍କ ସମେତ ୪୧ ଜଣଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ ।

Leave A Reply

Your email address will not be published.