ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ୩.୩୨କୋଟି ଭୋଟର: ବଢିଲା ମହିଳା ଭୋଟରଙ୍କ ସଂଖ୍ୟା, ୩୩୮୦ ଜଣ ତୃତୀୟ ଲିଙ୍ଗ

ଭୁବନେଶ୍ବର : ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସରି ଗତ ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଆଜି ପ୍ରକାଶ ପାଇଛି ନୂଆ ଭୋଟର ତାଲିକା। ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ ପରେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି । ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରୁ ଯୁବ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯ ହୋଇଛି। ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ମୋଟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ରହିଛି । ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୩୮୦। ରାଜ୍ୟରେ ଯୁବ ଭୋଟର ଅର୍ଥାତ ୧୮-୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ । ରାଜ୍ୟରେ ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଛି । ସେହିପରି ରାଜ୍ୟରେ ବରିଷ୍ଠ ଭୋଟର ଯାହାଙ୍କ ବୟସ ୮୦ ବର୍ଷରୁ ଅଧିକ ସଂଖ୍ୟା ହେଲା ୬ ଲକ୍ଷ ୮୫ ହଜାର ୪୮ ।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି ଯେ, ୨୦୨୩ ଚିଠା ଭୋଟର ତାଲିକାରେ ଯୁବ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୮୪ହଜାର ୧୪୮ ଥିବାବେଳେ ଏବେ ଚୂଡ଼ାନ୍ତ ତାଲିକାରେ ଏହା ୭ଲକ୍ଷ ୫୪ହଜାର ୯୪୬କୁ ବୃଦ୍ଧି ପାଇଛି । ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ମଧ୍ୟ ୪.୬୫ଲକ୍ଷରୁ ୪.୫୭ଲକ୍ଷକୁ ହ୍ରାସ ପାଇଛି । ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ୭.୮୭ଲକ୍ଷରୁ ୬.୮୫ଲକ୍ଷକୁ ହ୍ରାସ ପାଇଛି । ଚଳିତ ଭୋଟର ତାଲିକା ସଂଶୋଧନବେଳେ ଯୁବଭୋଟର ଓ ମହିଳା ଭୋଟର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ଓ ଏହା ସଫଳ ହୋଇଛି । ଚଳିତ ସଂଶୋଧନରେ ମୋଟ ୧୨ଲକ୍ଷ ୯୭ହଜାର ୯୫୪ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି ଓ ସେଥିରେ ୧୮-୧୯ବର୍ଷ ବୟସର ୪ଲକ୍ଷ ୭୬ହଜାର ୯୬୯ଜଣ ଭୋଟଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଏହି ଭୋଟର ତାଲିକା ସଂଶୋଧନ କାର୍ୟ୍ୟକ୍ରମରେ ମୋଟ ୭ଲକ୍ଷ ୧୬ହଜାର ୮୦୭ଜଣ ଭୋଟରଙ୍କୁ ବାଦ୍ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୩.୭୫ଲକ୍ଷ ମୃତ, ୨.୭୧ଲକ୍ଷ ସ୍ଥାୟୀ ଭାବେ ସ୍ଥାନାନ୍ତର ଓ ୬୫୮୫୮ଜଣ ଭୋଟରଙ୍କର ଏକାଧିକ ସ୍ଥାନରେ ତାଲିକାରେ ନାଁ ଥିବାରୁ ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଏହାହିତ ମୋଟ ୪ଲକ୍ଷ ୨୨ହଜାର ୬୩୮ଜଣ ଭୋଟର ତାଲିକାରେ ନିଜର ସଂଶୋଧନ କରାଇଛନ୍ତି ।

Leave A Reply

Your email address will not be published.