ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନକଲି ହିନ୍ଦୀ ଶିକ୍ଷୟତ୍ରୀ ଗିରଫ, ଆଉ ୩ ଶିକ୍ଷକ ଫେରାର୍

ବଲାଙ୍ଗୀର: ବଲାଙ୍ଗୀରରେ ନକଲି ହିନ୍ଦୀ ଶିକ୍ଷୟିତ୍ରୀ ଥାନାରେ ଅଟକ। ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଅଟକ ଅଛନ୍ତି ପୋଲିସ। ମୃଣ୍ମୟୀଙ୍କ ସହ ୪ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ। ଅଭିଯୋଗ ଆଧାରରେ ମୃଣ୍ମୟୀଙ୍କୁ ଥାନାରେ ଅଟକ ରଖାଯାଇଛି।

୨୦୧୩ ମସିହାରୁ ଗତ ୧୦ ବର୍ଷ ଧରି ନକଲି ବିଇଡି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି। ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ମାମଲାର ତଦନ୍ତ କରି ସତ ଜାଣିବାକୁ ପାଇଛି। ସାର୍ଟିଫିକେଟ ଇସ୍ୟୁ ହୋଇଥିବା ୟୁନିଭସିଟିକୁ ତଥ୍ୟ ମାଗି ପ୍ରମାଣ ହାତେଇଛି ଶିକ୍ଷା ବିଭାଗ। ଗତକାଲିଠୁ ତାଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଛି। ଅନ୍ୟ ତିନି ନକଲି ଶିକ୍ଷକ ଫେରାର ଥିବା ସୂଚନା ମିଳିଛି।

Leave A Reply

Your email address will not be published.