ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁଣ୍ଢରେ କଚାଡିଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ଯୁବକ

ତେଲକୋଇ: ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟରେ ଦନ୍ତାର ଉତ୍ପାତ। ଶୌଚ ପାଇଁ ଯାଉଥିବା ବେଳେ ଯୁବକଙ୍କୁ ଶୁଣ୍ଢରେ ଦନ୍ତା କଚାଡିଲା ଫଳରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ବିମଳା ଗାଁର ହାଡିବନ୍ଧୁ ନାୟକ ।

ସୂଚନା ଅନୁଯାୟୀ, ଆଜି ସକାଳୁ ହାଡିବନ୍ଧୁ ଶୌଚ ପାଇଁ ଚତୁରିହୁଳିକୁ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ଦନ୍ତାଟି ଶୂଣ୍ଢ ରେ କଚାଡି ଦେଇଥିଲା । ସୌଭାଗ୍ୟ କ୍ରମେ ହାଡିବନ୍ଧୁ ହାତୀର ପେଟ ତଳକୁ ପଳାଇ ଯାଇଥିଲେ ।ହାତୀ ହାଡିବନ୍ଧୁ ଙ୍କୁ ଦେଖି ନପାରି ଜଙ୍ଗଲ କୁ ପଳାଇ ଯାଇଥିଲା । ଏବଂ ହାଡିବନ୍ଧୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାଡିବନ୍ଧୁଙ୍କୁ ଉଦ୍ଧାର କରି ପ୍ରଥମେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

 

Leave A Reply

Your email address will not be published.