ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ଚା’ ସହିତ କପ୍ ମଧ୍ୟ ଖାଇ ହେବ….

ସାଧାରଣତଃ ପ୍ଲାଷ୍ଟିକ୍ ତଥା କାଗଜ କପ୍‌ରେ ଚା’ ପିଇବା ପରେ ତାହାକୁ ଆମେ ଫିଙ୍ଗି ଦେଇଥାଉ। ଏଣିକି କିନ୍ତୁ ଚା’ ସହିତ କପ୍ ମଧ୍ୟ ଖାଇ ହେବ। କଥାଟି ଅବିଶ୍ବାସ ଲାଗୁଥିଲେ ମଧ୍ୟ ଗୁଜରାଟ ଭଦୋଦରାର ଏକ ଚା’ ଦୋକାନ ଗ୍ରାହକଙ୍କୁ ଏଭଳି ଏକ ଅଭିନବ ସେବା ଯୋଗାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ଲାନ୍‌ ଟି’ ହାଉସ୍‌ର ଚାରିଜଣ ସାଙ୍ଗ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ସେମାନେ ମାଟି କି ପ୍ଲାଷ୍ଟିକ୍ ନୁହେଁ, ବରଂ ଖାଇବାଯୋଗ୍ୟ କପ୍‌ରେ ଗ୍ରାହକଙ୍କୁ ଚା’ ପରଷୁଛନ୍ତି।

ମଇଦାରେ ପ୍ରସ୍ତୁତ ଏହି କପ୍ ଖାଇବାଯୋଗ୍ୟ ଏବଂ ଏହାର ସ୍ବାଦ ଚକ୍‌ଲେଟ୍‌ ସଦୃଶ। ଏହି ଚା’ କପ୍‌କୁ ଉଭୟ ଚା’ ଓ ଚକ୍‌ଲେଟ୍‌ ପ୍ରେମୀ ବେଶ୍‌ ପସନ୍ଦ କରୁଛନ୍ତି। ସେହିପରି ଏହି କପ୍‌ରେ ଚା’ ପିଇବା ଦ୍ବାରା ବିସ୍କୁଟ୍ ଖାଇବାକୁ ପଡ଼ି ନ ଥାଏ। ଉକ୍ତ କପ୍ ବିସ୍କୁଟ୍‌ର ଅଭାବ ପୂରଣ କରିଥାଏ। ଲବକୁଶ (ଚାରିଜଣ ସାଙ୍ଗଙ୍କ ମଧ୍ୟରୁ ଜଣେ) ପିଲାବେଳୁ ପରିବେଶ ପାଇଁ କିଛି କରିବାକୁ ଚାହୁଁଥିଲେ। ଆଉ ପରେ ଅନାଥାଶ୍ରମର ଅନ୍ୟ ସାଙ୍ଗମାନଙ୍କ ସହ ମିଶି ସେ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ତେବେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ସେମାନେ କିଛି ନୂଆ କରିବାକୁ ଚିନ୍ତା କଲେ। ଏମିତିରେ ପ୍ଲାଷ୍ଟିକ୍ ତଥା କାଗଜ କପ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତା’ସହ କାଗଜ ପାଇଁ ଗଛ କଟାଯାଉଥିବାରୁ, ତାହାର ପ୍ରଭାବ ପରିବେଶ ଉପରେ ପଡ଼ୁଥିବା ହୃଦୟଙ୍ଗମ କଲେ। ସେଇଠୁ ଇଣ୍ଟରନେଟ୍‌ରେ ଏହି କପ୍ ବାବଦରେ ଜାଣିବାକୁ ପାଇଲେ ଏବଂ କପ୍ ଅର୍ଡର ଦେଲେ। ଏହି ଚାରି ଜଣ ସାଙ୍ଗଙ୍କର ଏଭଳି ଏକ ଯୁଗୋପଯୋଗୀ ପରିକଳ୍ପନାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.