ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମାନୁଷିକ କାଣ୍ଡ: ଯୌତୁକ ପାଇଁ ପତ୍ନିଙ୍କୁ ପିଟିପିଟି ହତ୍ୟା

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱରରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ବୋହୂକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ଜଣଙ୍କ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ମୋରଡା ଗାଁର ସ୍ୱାଗତିକା ପଣ୍ଡା ।

ସୂଚନା ଅନୁଯାୟୀ, ସ୍ୱାଗତିକା ୨ ବର୍ଷ ପୂର୍ବେ ବାଲୁଗାଁ ସିଙ୍ଗେଶ୍ୱର ଗ୍ରାମର ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି। ପୂର୍ବରୁ ଶାଶୁ ଘର ଲୋକେ ସ୍ୱାଗତିକାଙ୍କୁ ଅଧିକ ଯୌତୁକ ଆଣିବାକୁ କହି ନିର୍ଯାତନା ଦେଉଥିଲେ।

ଗତକାଲି ରାତିରେ ସ୍ୱାଗତିକା ନିଜ ମାମୁଁଙ୍କ ପାଖକୁ ଫୋନ୍‌ କରି ଶାଶୁ ଘରୁ ନେଇଯିବାକୁ କାନ୍ଦି କାନ୍ଦି କହିଥିଲେ। ଏହାପରେ ମାମୁ ତୁରନ୍ତ ତାଙ୍କ ଶାଶୁ ଘରେ ପହଞ୍ଚିଥିବା ବେଳେ ସେଠାରେ ସ୍ୱାଗତିକାଙ୍କୁ ପାଇ ନ ଥିଲେ। ଏହାପରେ ସେ ହସ୍ପିଟାଲ ଯାଇଥିବା ଖବର ପାଇ ସେଠାକୁ ଯାଇଥିଲେ। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇ ସାରିଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସ୍ୱାଗତିକାଙ୍କ ପରିବାର ଲୋକେ ତାଙ୍କ ସ୍ୱାମୀ ପ୍ରିତମ ହୋତା, ଶ୍ୱଶୁର ଅରୁଣ ହୋତା ଓ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ମାମଲାରେ ପ୍ରିତମ ଓ ତାଙ୍କ ବାପାଙ୍କୁ ଗିରଫ କରିଛି।

Leave A Reply

Your email address will not be published.