ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ରେଳ ସୁରକ୍ଷା ସମୀକ୍ଷା: ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତ ରହିବାକୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶାରେ ରେଳ ସୁରକ୍ଷା ସହ ସମ୍ପୃକ୍ତ ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟ ସଙ୍ଗଠନ ମାନଙ୍କ ସମନ୍ୱୟ ବୈଠକ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବନସଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପୁଲିସ ସଦର ମହକୁମାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଡି.ଜି. ରେଳ ଓ ତଟ ସୁରକ୍ଷା ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ, ଆର. ପି. ଏଫ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ରାଜ୍ୟରେ ରେଳ ସୁରକ୍ଷାର ସ୍ଥିତି ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଆଗାମୀ ଦିନରେ ସରକାରୀ ରେଲୱେ ପୁଲିସର ଭିତ୍ତି ଭୂମିର ଆଧୁନୀକିକରଣ , ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ଓ ଟ୍ରେନ ମାନଙ୍କରେ ସିସିଟିଭି ସଂଯୋଗ, ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆ ଯାଇଥିଲା ।

ଦୁଇ ବର୍ଷ ପରେ ଏଥର ପୁରୀରେ ରଥ ଯାତ୍ରା ପୂର୍ଣ୍ଣ ଭକ୍ତ ସମାଗମରେ ହେଉଥିବା ଯୋଗୁଁ ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦୋବସ୍ତ କରିବାକୁ ପୋଲିସ ଡିଜି ଶ୍ରୀ ବନସଲ୍ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ରୀୟ ରେଳ ସୁରକ୍ଷା ବାହିନୀ ତରଫରୁ IRPFS, IG- PCSC/SEC Railway ଏନ୍.ସିହ୍ନା, IRPFS, IG- PCSC/SE Railway ଡି. ବି. କସର୍, IG-PCSC/ECO Railway, ଯୁଗୋଳ କିଶୋର ଯୋଶୀ,‌ ADRM/ Khurdha, ଅଶୋକ କୁମାର, Dy. (C.E) (T.P) Bbsr ଏମ୍.ଭି ସତ୍ୟ ନାରାୟଣ , SRP Rourkela ଅରୁଣ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.