ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା, ଯୋଗ ଦେଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥ

ଢେଙ୍କାନାଳ : ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । ମେଳା ପାଇଁ ମହିମା ପୀଠରେ ଜମିଛି ସାଧସନ୍ଥଙ୍କ ଭିଡ ।

ମହିମା ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡବତୀରେ ମହଣ ମହଣ ଦେଶୀ ଘିଅ ଆହୁତି । ଯାହାକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି । ମହିମାପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧୬୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ମହିମା ସାଧୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୩ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକର ସ୍ଵତନ୍ତ୍ର ବନ୍ଦୋବସ୍ତ କରାଯିବା ସହ ଗାଦି ମନ୍ଦିରରେ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟରିକେଟ୍ କରାଯାଇଛି।

Leave A Reply

Your email address will not be published.