ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେୱାଇସି ଅପ୍‍ଡେଟ୍‍ ମେସେଜ୍‍ ଆସୁଥିଲେ ସାବଧାନ!

ଭୁବନେଶ୍ୱର,କଟକ: ଆପଣଙ୍କ ମୋବାଇଲର କେୱାଇସି ଅପ୍‍ଡେଟ୍‍ ପାଇଁ ମେସେଜ୍‍ ଆସୁଛି କି? ଯଦି ଆସୁଛି ହୋଇଯାଆନ୍ତୁ ସାବାଧାନ! ନ ହେଲେ ସାଇବର ଠକ ଆପଣଙ୍କ ଆକାଉଣ୍ଟ ଖାଲି କରିଦେବେ। କାରଣ ସାଇବର ଠକ ଲୋକଙ୍କୁ ଠକିବା ପାଇଁ ସେମାନଙ୍କ ମୋବାଇଲ୍‍କୁ କେୱାଇସି ଅପ୍‍ଡେଟ୍‍ ନାଁରେ ମେସେଜ ପଠାଉଛନ୍ତି। ଲୋକେ ଫୋନ୍‍ ନମ୍ବର ବନ୍ଦ ହୋଇଯିବ ଭାବି ଠକଙ୍କ ସହ ଯୋଗାଯୋଗ କରୁଛନ୍ତି। ଏହାପରେ ଠକ ସେମାନଙ୍କୁ ନିଜ ଜାଲରେ ଫସାଇ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ରାଜ୍ୟରେ ଏଭଳି ଲୁଟ୍‍ ବଢୁଥିବାରୁ ରାଜ୍ୟ ପୁଲିସ ପାଇଁ ଚିନ୍ତା ବଢିଛି। ତେଣୁ ଏଭଳି କେୱାଇସି ମେସେଜ ଆସୁଥିଲେ ସଚେତନ ହେବାକୁ ଓଡ଼ିଶା ପୁଲିସ ଟ୍ୱିଟ୍‍ କରି ସଚେତନ କରିଛି। କେୱାଇସି ଅପଡେଟ୍‍ ନେଇ ଆସୁଥିବା ଏସ୍‍ଏମ୍‍ଏସ୍‍କୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଏସବୁ ମେସେଜ ଉତ୍ତର ନଦେବା ସହ କୌଣସି ଅଜ୍ଞାତ ନମ୍ବରକୁ ଫୋନ୍‍ ନକରିବାକୁ ସତର୍କ କରିଛି ପୁଲିସ। ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ୍‍ କରିବା ପାଇଁ କୁହନ୍ତି ନାହିଁ ବୋଲି ଟ୍ୱିଟ୍‍ରେ ସୂଚାଇ ଦିଆଯାଇଛି।

cyber crime

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ସାଇବର ଠକକୁ ରୋକିବା ପାଇଁ ସଚେତନ ହିଁ ନିହାତି ଆବଶ୍ୟକ। କାରଣ ଲୋକେ ଠକର ଜାଲରେ ଫସି ନିଜର ଓଟିପି ଏବଂ ଅନ୍ୟ ଜରୁରୀ ତଥ୍ୟ ଦେଇ ଦେଉଛନ୍ତି। ଏପରିକି ନିଜର ଆଧାରକାର୍ଡ ନମ୍ବର ଏବଂ ପାନ୍‍ କାର୍ଡ ନମ୍ବର ଦେଉଛନ୍ତି। କିନ୍ତୁ ଯଦି କୌଣସି ଅଜଣା ବ୍ୟକ୍ତି ଫୋନ୍‍ କରି ବିଭିନ୍ନ ଲୋଭ ଦେଖାଇ ଏସବୁ ତଥ୍ୟ ମାଗୁଛନ୍ତି ତେବେ ଏହାକୁ ପ୍ରତ୍ୟାଖ୍ୟାନ କରନ୍ତୁ। ନହେଲେ ସାଇବର ଠକ ଆକାଉଣ୍ଟରୁ ଟଙ୍କା ଖାଲି କରିନେବ। ବିଶେଷକରି ଲକ୍‍ଡାଉନ୍‍ ପରଠୁ ସାଇବର ଠକେଇ ବଢିବାରେ ଲାଗିଛି। ଲୋକେ ଅନ୍‍ଲାଇନରେ ଅଧିକ ସକ୍ରିୟ ଥିବାରୁ ସାଇବର ଠକ ଏହାର ଫାଇଦା ଉଠାଉଛନ୍ତି। ତେଣୁ ସାଇବର ଠକ କେୱାଇସି ଏବଂ ପୁରସ୍କାର ଆଳ ଦେଖାଇ ଟଙ୍କା ଲୁଟି ନେଉଛନ୍ତି। ଯଦି କୌଣସି ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି। ତାଙ୍କ ପାଇଁ ଆକାଉଣ୍ଟରୁ ଟଙ୍କା ଯିବାର ଏକ ଘଣ୍ଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ତୁରନ୍ତ ଠକେଇ ସମ୍ପର୍କରେ ସାଇବର ସେଲକୁ ଫୋନ୍‍ କରି ଜଣାଇ ଦିଅନ୍ତୁ। ଠିକ୍‍ ସମୟରେ ପୁଲିସକୁ ଜଣାଇଲେ ସାଇବର ଠକଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କାକୁ ରୋକାଯାଇ ପାରିବ। ନହେଲେ ସାଇବର ଠକ ଏକାଧିକ ଆକାଉଣ୍ଟକୁ ଗୁଗଲ ପେ’ମାଧ୍ୟମରେ ଟଙ୍କା ପଠାଇ ଦେଇଥାଏ। ଯାହାକୁ ସେ ତୁରନ୍ତ ଏଟିଏମ୍‍ ମାଧ୍ୟମରେ ଉଠାଇ ନେଇଯାଥାନ୍ତି। ପୁଲିସ ତଦନ୍ତ କରି ଉକ୍ତ ଆକାଉଣ୍ଟଧାରୀଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଯାଇଥାଏ।

Leave A Reply

Your email address will not be published.