ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଛ ଧରିବା ବେଳେ ସାନ ଭାଇ ଆଗରେ ବଡ଼ ଭାଇକୁ ଟାଣିନେଲା କୁମ୍ଭୀର

ଯାଜପୁର : ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ ବୁଧବାର ଏକ କୁମ୍ଭୀର ଜଣେ ଯୁବକଙ୍କୁ ଟାଣି ନେଇଛି। ମାଛ ମାରିବାକୁ ଯାଇଥିବା ବେଳେ କୁମ୍ଭୀର ଯୁବକଙ୍କୁ ଟାଣି ନେଇଥିବା ଜଣାପଡିଛି। କୁମ୍ପୀର ଟାଣିନେଇଥିବା ଯୁବକ ଜଣକହେଉଛନ୍ତି ଉଦୟନାଥପୁର ପଞ୍ଚାୟତର କହରାଗଣ୍ଡ ଗ୍ରାମର ମୁରଲୀଧର ମଲ୍ଲିକଙ୍କ ପୁଅ ନିଶିକାନ୍ତ(୪୦)। ସେ ତାଙ୍କ ଭାଇଙ୍କ ସହ ମାଛ ଧରୁଥିବା ବେଳେ ଏକ କୁମ୍ଭୀର ନିଶିକାନ୍ତଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା।

ତାଙ୍କ ଭାଇଙ୍କଠାରୁ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ଅଦ୍ୟାବଧି ନିଶିକାନ୍ତଙ୍କର କୌଣସି ପତ୍ତା ମିଳିପାରି ନାହିଁ।ତନ୍ତୀ ଘାଇ ଶାଖାର ଦୁଧେଇ ଓ ଚିଙ୍ଗୁଡ଼ିଆ ନାଳରେ ଗତ ମାସରେ ଆସିଥିବା ବନ୍ୟାରେ ଏକ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଞ୍ଝାରପୁର ବନ ବିଭାଗ ଅଧିକାରୀ ସେତେବେଳେ ଘଟଣାସ୍ଥଳରେ ପହଞ୍ଚି ସତ୍ୟତା ଅନୁଭବ କରିବା ପରେ ଲୋକମାନଙ୍କୁ ନଦୀକୁ ନ ଯିବା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯିବା ସହ ପୋଷ୍ଟର ବି ଲଗାଇଥିଲେ।

Leave A Reply

Your email address will not be published.