ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ କରୋନା ନେଲା ଆଉ ୮ ଜୀବନ, ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଚିନ୍ତା ବଢାଉଛି କରୋନା। ଏପଟେ ଦୈନିକ ସଂକ୍ରମଣଙ୍କ ସଂଖ୍ଯା ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । କରୋନା ଗତ ୨୪ ଘଣ୍ଟାରେ ଆଉ ୮ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ଯୁ ଘଟିଛି।

Leave A Reply

Your email address will not be published.