ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୪-୦୪- ୨୦୨୧ )

ମେଷ:ଗୁରୁଜନଙ୍କ ସହଯୋଗ ପାଇ ଆଗେଇବେ। ସନ୍ତାନସନ୍ତତିମାନେ ଉନ୍ନତି କରିବେ। ମହିଳାମାନେ ଗୃହ କାର୍ଯ୍ୟରେ ନିପୁଣା ହେବେ। ଶିଳ୍ପ ଓ ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ବୃଷ:କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ସମସ୍ୟା ଘେରରେ ରହିବେ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ

ମିଥୁନ:କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ। ଭ୍ରାତୃଭଗ୍ନୀଙ୍କ ସହଯୋଗ ମିଳିବ। ରାଜନୀତିରେ ପ୍ରଭାବଶାଳୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

କର୍କଟ:ଯୋଜନା କରି ନିଷ୍ଫଳ ହେବ। ଆର୍ଥିକ ଚାପ ରହିବ। ମହିଳାମାନେ ହତାଦର ରହିବେ। ପ୍ରଶାସନିକ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ଚିନ୍ତାଜନକ ରହିବ। ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ:ସମାଜରେ ସୁନାମ ପାଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଚାକିରିରେ ଧନସମ୍ମାନ ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କନ୍ୟା:ବହୁ ଚେଷ୍ଟା କରି ସାମାନ୍ୟ ଫଳ ପାଇବେ। ରାଜନୀତିରେ ପ୍ରତିକୂଳତା ରହିବ। ଚାକିରିରେ କାର୍ଯ୍ୟ ବହୁଳ ରହିବ। ବାଣିଜ୍ୟରେ ଭଲ ହେବ ନାହିଁ। ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:ଭବିଷ୍ୟତ ଯୋଜନା ଫଳପ୍ରସୂ ହେବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ । ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ବାଣିଜ୍ୟରେ ଅଧିକ ଆୟ ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ବିଛା:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆଦର ସମ୍ମାନ ପାଇବେ। ରାଜନୀତିରେ ନେତୃତ୍ୱ ବଢିବ। ବାଣିଜ୍ୟରେ ଶୁଭ ହେବ।
ଶୁଭ ଅଙ୍କ-୯,ଶୁଭ ରଙ୍ଗ-ମେରୁନ୍

ଧନୁ:ସହଯୋଗ ପାଇ ସଫଳ ହେବେ। ସାଂସାରିକ ଦାନଧର୍ମରେ ମନ ରହିବ। ରାଜନୀତିରେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ସଫଳ ହେବ। ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ମକର:ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। ସାଂସାରିକ ଅଶାନ୍ତି ରହିବ। ଚାକିରିରେ ସମସ୍ୟା ରହିବ। ବାଣିଜ୍ୟରେ ନୈରାଶ୍ୟଜନକ ରହିବ।
ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

କୁମ୍ଭ:ଦୃଢମନୋବଳ ନେଇ କାର୍ଯ୍ୟ ହାସଲ କରିବେ। ରାଜନୀତିରେ ପ୍ରଶଂସା ପାଇବେ। ଚାକିରିରେ ସହଯୋଗ ମିଳିବ। ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ

ମୀନ:ପରିଶ୍ରମର ଫଳ ପାଇବେ। ମହିଳାମାନେ ରକ୍ଷଣଶୀଳ ହେବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। କଳା,ବିଜ୍ଞାନ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୭,ଶୁଭ ରଙ୍ଗ-କଫି

Leave A Reply

Your email address will not be published.