ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋରାପୁଟ ସଭାରେ ବିରୋଧୀଙ୍କ ଉପରେ ନବୀନଙ୍କ ଶାଣିତ ଆକ୍ରମଣ

ଜୟପୁର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରିବେ। ଏହି କ୍ରମରେ ପ୍ରଥମେ ମୁଖ୍ୟମନ୍ତ୍ରୀ କୋରାପୁଟ ସଭାରେ ପହଞ୍ଚି ବିରୋଧୀଙ୍କ ଉପରେ ଶାଣିତ ଆକ୍ରମଣ କରିଥିଲେ । ବିରୋଧୀଙ୍କୁ ନିଶାନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳଙ୍କ ବିରୋଧରେ ମିଥ୍ୟା କଥା କହିବାର ଅଭିଯୋଗ କରିଛନ୍ତି। ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ, ବିରୋଧୀ ଦଳ ମିଛ କଥା କହୁଛନ୍ତି । ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣାମାନେ ମୋତେ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ । ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ।

ବିରୋଧୀଙ୍କ ଉପରେ ଆକ୍ରମଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୁ ଜନତା ଦଳ ସରକାରର ଉପଲବ୍ଧି ସକ୍ଷପରେ କହିଥିଲେ । ସେ ସଭାରେ ଥିବା ଭୋଟରଙ୍କୁ ସରକାରୀ ଯୋଜନା ବାବଦରେ ପଚାରି ବୁଝିଥିଲେ ଯେ,ଯୋଜନା ଗୁଡିକ ଭଲ କି ନାହିଁ । ଠିକ୍ ଭାବରେ ଯୋଜନା ଦ୍ୱାରା ସେମାନେ ଉପକୃତ ହୋଇଛନ୍ତି କି ନାହିଁ ।

ଭାଷଣ ଆରମ୍ଭରେ ସେ ଭୋଟରଙ୍କୁ ପଚାରିଥିଲେ ଯେ, ବିଏସକେୱାଇ ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ପିଲା ମାନଙ୍କୁ ଦିଆଯାଉଥିବା ବୃତ୍ତି ଭଲ ଯୋଜନା କି ? କାଳିଆ ସ୍କିମ୍ ଭଲ କି ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ସରକାରଙ୍କ ୭ ଫ୍ଲାଗସିପ୍ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କ ମତ ନେଇ ସେ ଦକ୍ଷୀଣ ଓଡ଼ିଶାରୁ ବିରୋଧୀ ଦଳଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି। ବିରୋଧୀ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ନବୀନ ଆଗକୁ ଲଢେଇ ଜୋରଦାର ହେବାର ସଂକେତ ଦେଇଛନ୍ତି ।

Leave A Reply

Your email address will not be published.