ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ଯସରକାର

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲର ମହଙ୍ଗା ଦରରେ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର। ରାଜ୍ଯ ସରକାର ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି। ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ ହ୍ରାସ କରାଯାଇଛି। ଏହା ୫ତାରିଖ ମଧ୍ଯ ମଧ୍ୟରାତ୍ରିରୁ ଲାଗୁ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ  ଘୋଷଣା କରିଛନ୍ତି।

କିଛି ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ମୂଲ୍ୟ ଆହେତୁକ ବୃଦ୍ଧି ହୋଇଥିଲା । ଯାହାଦ୍ୱାରା ପନି ପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । କେନ୍ଦ୍ର ସରକାର ଗତକାଲି ରାତିରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଘୋଷଣା କରିଥିଲେ । ଆଜି ରାଜ୍ୟ ସରକାରଙ୍କ ଘୋଷଣା ଦ୍ୱାରା ରାଜ୍ୟବାସୀ ଅତିରିକ୍ତ ୩ ଟଙ୍କାର ରିହାତି ପାଇବେ ।

ତେବେ ୩ଟଙ୍କାର ଏହି ଛାଡ ପାଇଁ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୪ଶହ କୋଟିର ଭାର ପଡିବ । କେବଳ ୩ ଟଙ୍କା ଭାଟ୍ ହ୍ରାସ ଦ୍ୱାରା ଏହି କ୍ଷତି ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ଯୋଗୁ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୭ଶହ କୋଟି ଟଙ୍କା ହରାଇବାକୁ ପଡିବ । ତେଣୁ ରାଜ୍ୟ ସରକାରଙ୍କୁ ମୋଟ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡିବ । ତେବେ ୩ ଟଙ୍କା ଭାଟ୍ ହ୍ରାସ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଆଶ୍ୱସ୍ତୀକର ଖବର ।

Leave A Reply

Your email address will not be published.