ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌କୁ ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ : ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଓଟିଟି ପ୍ଲାଟ୍‌ଫର୍ମ, ୱେବ୍‌ସାଇଟ୍‌ ଓ ସୋସିଆଲ ମିଡିଆ ଆକଉଣ୍ଟ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌ , ୧୦ ଆପ୍‌ ଓ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ଳକ କରିଦେଇଛି।

ମିଳିଥିବା ସୂଚନାଅନୁସାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଏସବୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅନେକ ଥର ଚେତାବନୀ ଜାରି କରାଯାଇଥିଲା। କିନ୍ତୁ ଏମାନେ ସରକାରଙ୍କ ଚେତାବନୀକୁ ଖାତିର ନକରି ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଜାରି ରଖିଥିଲେ। ଯାହା ପରେ ଆଜି ୧୮ଟି ଓଟିଟି ଆପ୍ ସହ ୧୯ ଓ୍ୱେବ୍‌ସାଇଟ୍‌ ଓ ୧୦ଟି ଆପ୍ସକୁ ମଧ୍ୟ ବ୍ୟାନ୍‌ କରିବା ସହ  ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ମଧ୍ୟ ବ୍ଲକ କରିଛନ୍ତି। ବ୍ଲକ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟରେ ୧୨ ଫେସବୁକ, ୧୭ ଏକ୍ସ, ୧୬ ଇନଷ୍ଟାଗ୍ରାମ ଏବଂ ୧୨ ୟୁଟ୍ୟୁବ ଆକାଉଣ୍ଟ ରହିଛି।

ସରକାର ଆଇଟି ଆକ୍ଟ ୨୦୦୦ର ଧାରା ୬୭ ଏବଂ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଆଇଆରଡବ୍ଲୁଏ ୧୯୮୬ର ଧାରା ୪ ଅନୁଯାୟୀ ଏହି ପ୍ରତିବନ୍ଧକ ଲାଗୁ କରିଛନ୍ତି। ବ୍ଲକ୍‌ କରାଯାଇଥିବା ଓଟିଟି ପ୍ଲାଟଫର୍ମଗୁଡିକ ହେଉଛି ଡ୍ରିମ୍ସ ଫିଲ୍ମସ୍, ଭୋଭି, ୟେସମା, ଅନ୍‌କଟ୍‌ ଅଡ୍ଡା, ଟ୍ରାଇ ଫ୍ଲିକ୍ସ, ଏକ୍ସ ପ୍ରାଇମ, ନିଅନ୍ ଏକ୍ସ ଭିଭିଆଇପି, ବେସରମ, ହଣ୍ଟର୍‌ସ, ରାବିଟ୍‌, ଏକ୍ସଟ୍ରାମୁଡ୍‌, ନୁଏଫ୍ଲିକ୍ସ, ମୁଡ୍‌ଏକ୍ସ, ମୋଜ୍‌ଫ୍ଲିକ୍ସ, ହଟ୍‌ସଟ୍‌ସ ଭିଆଇପି, ଫୁଗି, ଚିକୋଫ୍ଲିକ୍ସ, ଏବଂ ପ୍ରାଇମ୍ ପ୍ଲେ। ଏଥି ସହିତ ୧୦ ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ୭ଟି, ଆପଲ୍ ଆପ୍ ଷ୍ଟୋର୍‌ରୁ ୩ଟି) କୁ ହଟାଇ ଦିଆଯାଇଛି।

Leave A Reply

Your email address will not be published.