ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଆରଶୁଣୀ ଘାଟିରେ ବସ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ଯାତ୍ରୀ

ବାରିପଦା: ଜାତୀୟ ରାଜପଥର ୪୯ନଂର ବାଙ୍ଗରିପୋଷି ନିକଟ ଦୁଆରଶୁଣି ଘାଟିରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପ୍ରକାଶ ଯେ, ରାଧାମାଧବ ବସଟି ବାରିପଦାରୁ କରଞ୍ଜିଆ ଅଭିମୁଖେ ଘାଟି ଚଢୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବୁଲାଣି ରାସ୍ତାରେ ପଛ ପାର୍ଶ୍ବ ଘଷି ହୋଇ ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ପଡିଥିଲେ । ରାସ୍ତା ଜାମ ହୋଇ କିଛି ସମୟ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ବାଙ୍ଗିପୋଷି ଦମକଳ ବାହିନୀ ଓ ପୁଲିସ ପହଞ୍ଚି ସ୍ବାଭାବିକ ସ୍ଥିତି ଫେରାଇବାକୁ ଉଦ୍ୟମ ଚଳାଇଛନ୍ତି ।

Leave A Reply

Your email address will not be published.