ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚମ୍ପୁଆ ଥାନା ରାମଚନ୍ଦ୍ରପୁରରେ ଗଛକୁ ପିଟିଲା ବୋଲେରୋ, ୨ମୃତ ୨ଗୁରୁତର

ଚମ୍ପୁଆ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ବାହାଘର ଭୋଜି ଖାଇ କୋଇଡା ଅଞ୍ଚଳକୁ ଫେରିବାବେଳେ ବିଳମ୍ବିତ ରାତିରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କମଣ୍ଡ ଗ୍ରାମର ୪ଜଣ ସାଙ୍ଗ ଓଡ଼ି-02-ୱାଇ-0454 ନମ୍ବର ବିଶିଷ୍ଟ ସାହାଯ୍ୟରେ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ। ଫେରିବାବେଳେ ବିଳମ୍ବିତ ରାତ୍ରିରେ ଚମ୍ପୁଆ ଥାନା ବାସୁଦେବପୁର ନିକଟ ରାମଚନ୍ଦ୍ରପୁର ଠାରେ ବୋଲେରୋ ଟି ଭାରସାମ୍ୟ ହରାଇ ଏକ ସାଳ ଗଛରେ ପିଟି ହୋଇଥିଲା। ଫଳରେ ବୋଲେରରେ ଥିବା ବିନୋଦ କୁମାର ବାରିକ ଏବଂ ନିଳାନ୍ଦ୍ରୀ ଘଣା ଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଡ୍ରାଇଭର ଭରତ ବେହେରା ଓ ହେମନ୍ତ ଘଣା ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ଡ୍ରାଇଭର ଭରତ ବେହେରାଙ୍କ ବେପରୁଆ,ଦୃତଗତି ଏବଂ ବେପରୁଆ ଗାଡି ଚାଳନା ପାଇଁ ଏହି ଦୁଘଟଣା ଘଟିଲା ବୋଲି ମୃତ ବିନୋଦ କୁମାର ବାରିକ ଙ୍କ ପିତା ନରସିଂହ ବାରିକ ଚମ୍ପୁଆ ଥାନାରେ ଏତଲା ଦେଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବୋଲେରୋ ସହ ଶବ ଜବତ କରି ତଦନ୍ତ ଚଲାଇଛି।

Leave A Reply

Your email address will not be published.