ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଧୁସୂଦନ ସେତୁ ନିକଟ ପଠାରୁ ମିଳିଲା ଏସସିବି ଡାକ୍ତର ଛାତ୍ରଙ୍କ ମୃତଦେହ

କଟକ : କଟକ ମଧୁସୂଦନ ସେତୁ ନିକଟ ପଠାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ସିଡିଏ ଫ୍ରେଜ ୨ ଥାନା ପୁଲିସ। ମୃତ ଯୁବକ ଜଣକ ହେଉଛନ୍ତି ଏସସିବି ସର୍ଜରୀ ବିଭାଗ ୩ୟ ବର୍ଷ ଛାତ୍ର। ତାଙ୍କର ନାମ ଜଗମୋହନ ସେଠୀ।

ଗତକାଲିଠାରୁ ନିଖୋଜ ଥିଲେ ମେଡିକାଲ ଛାତ୍ର। ତାଙ୍କର କାର ଫାସିଦିଆ ବରଗଛ ନିକଟରୁ ତାଙ୍କର ଗାଡି ମିଳିଥିଲା। ଆଜି ପୁଲିସକୁ ମୃତଦେହ ମିଳିଛି। ବର୍ତମାନ ଘଟଣା ସ୍ଥଳରେ ଜଗମୋହନଙ୍କ ପରିବାର ଲୋକେ ଆସି ପହଞ୍ଚିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ, କଟକ ମହାନଦୀ ବିହାରରେ ସେ ଭଡାରେ ରହୁଥିଲେ ।ସୋମବାର ଘରୁ ଝଗଡା କରି ଆସିଥିବା ସୂଚନା ମିଳିଛି। ଜଗମୋହନ ଆତ୍ମହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.